ଚା’ରେ ନିଶାଦେଇ ୬୦ ହଜାର ଲୁଟ୍‌

ଆନନ୍ଦପୁର : ଚା’ରେ ନିଶାଦେଇ ଦୁଇଭାଇଙ୍କଠାରୁ ୬୦ ହଜାର ଟଙ୍କା ଲୁଟ୍‌। ସେମାନେ ହେଲେ ହାଟଡିହି ବ୍ଲକ ମଠକୁଣ୍ଡିସାହି ଗ୍ରାମର ଦୁଇଭାଇ ନରୋତ୍ତମ ଜେନା(୫୫) ଓ ସାନଭାଇ ଅଭିରାମ ଜେନା(୫୦)। ଗତକାଲି ଦୁହେଁ ଦୋକାନରେ ମାଂସ ବିକ୍ରି କରୁଥିବା ସମୟରେ ଦୁଇ ଯୁବକ ଏକ ବାଇକ୍‌ରେ ଆସି ଅଧିକ ମାଂସ ନେବାପାଇଁ କହିଥିଲେ। କଥାବାର୍ତ୍ତା ମଧ୍ୟରେ ସଂପୃକ୍ତ ଯୁବକଦ୍ୱୟ ପାଖ ଦୋକାନରୁ ଏକ ପଲିଥିନ୍‌ରେ ଚା’ ଆଣି ମାଂସ ବିକ୍ରେତା ଦୁଇଭାଇଙ୍କୁ ପିଇବାକୁ ଦେଇଥିଲେ। ଏହାର କିଛି ସମୟପରେ ସେମାନେ ଘରୁ ଖାସି ଆଣିବାପାଇଁ ନରୋତ୍ତମଙ୍କୁ ଗାଡ଼ିରେ ବସାଇ ନେଇଥିଲେ। କିଛି ସମୟ ପରେ ଦୁଇ ଭାଇ ସଂଜ୍ଞାହୀନ ଅବସ୍ଥାରେ ରଣାଛକ ନିକଟରେ ପଡ଼ିଥିବା ଖବର ମିଳିଥିଲା।

ସମ୍ବନ୍ଧିତ ଖବର