କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୋଖରୀପାଣି ଏନଏଚ ୨୦ ବାଇପାସ ରାସ୍ତାରେ ଏମଭିଆଇ ଚେକିଂ ବେଳେ ଆର୍‌ଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ । ଘଟଣାସ୍ଥଳରେ ଆର୍‌ଟିଓର ଡ୍ରାଇଭର ବିଜୟ କୁମାର ମହାନ୍ତଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ୧୪ ଚକିଆ ଟ୍ରକଟି କେଉଁଆଡ଼େ ଫେରାର ହୋଇଯାଇଛି।

Advertisment

publive-image

ଆଜି ସକାଳୁ ବାଇପାସରେ ଏମଭିଆଇଙ୍କ ସମେତ ଆର୍ଟିଓ କର୍ମଚାରୀ ଗାଡି ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକକୁ ଅଟକାଇ ଥିଲେ । ଆର୍ଟିଓ ଗାଡିର ଡ୍ରାଇଭର ରାସ୍ତା ଉପରକୁ ଯାଇ ଟ୍ରକକୁ ହାତ ମାରିଥିବା ବେଳେ ଗାଡିଟି ନଅଟକି ଡ୍ରାଇଭରଙ୍କ ଉପରେ ଚଢାଇ ଦ୍ରୁତ ଗତିରେ ପଳାଇଥିଲା । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ପୋଲିସକୁ କିଛି ଖବର ନଦେଇ ଅନ୍ୟ ଆର୍ଟିଓ କର୍ମଚାରୀମାନେ ମୃତ ଡ୍ରାଇଭରଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଂଚି ଘଟଣାର ଛାନଭିନ କରିବା ଆରମ୍ଭ କଟିଥିବା ବେଳେ ଟ୍ରକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।