ସନାତନ ଗଢ଼ିଲେ ଜନ ସମୃଦ୍ଧି ପାର୍ଟି : ତାରିଣୀଙ୍କ ନିକଟରେ ଦଳୀୟ ପତାକା ପୂଜାର୍ଚ୍ଚନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ଏକ ନୂଆ ରାଜନୈତିକ ଦଳ ‘ଜନ ସମୃଦ୍ଧି ପାର୍ଟି’ ଗଢ଼ିଛନ୍ତି। ଆଜି ବିଧିବଦ୍ଧ ଭାବେ ଦଳର ପତାକାକୁ ଘଟଗାଁର ତାରିଣୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଛି। ତେବେ ଏହି ପୂଜାର୍ଚ୍ଚନା ବେଳେ ସନାତନ ମହାକୁଡ଼ ଅନୁପସ୍ଥିତ ରହିଥିଲେ। ଏହି ପୂଜାବେଳେ ଦଳର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ସାହୁଙ୍କ ସମେତ ଦଳର ବରିଷ୍ଠ କର୍ମକର୍ତ୍ତା ସୁରେଶ ସାହୁ, ସଞ୍ଜୀବ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଜନ ସମୃଦ୍ଧି ପାର୍ଟିକୁ ଯଦିଓ ନିର୍ବାଚନୀ ସଙ୍କେତ ମିଳିନାହିଁ। ମାତ୍ର ନିର୍ବାଚନ କମିସନଙ୍କଠାରେ ନାମ ପଞ୍ଜିକୃତ ହୋଇ ସାରିଛି।

ସମ୍ବନ୍ଧିତ ଖବର