ବାଲି ଖନନକୁ ଗ୍ରାମବାସୀଙ୍କ ବିରୋଧ

କୁଟୁଗାଁ: ଝୁମ୍ପୁରା ତହସିଲ ଅଧୀନ କଟଲପଶି ଗ୍ରାମ ଅରଡ଼େଇ ନଦୀରୁ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିଛନ୍ତି। କଟଲପଶି ଓ ଅସୁକି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସେଠାରେ ପହଞ୍ଚି ଆଜି ବିରୋଧ କରିଥିଲେ। ଏହି ବାଲିଘାଟକୁ ଚମ୍ପୁଆ ଥାନା କାଳିକାପ୍ରସାଦ ଗ୍ରାମର ଅନନ୍ତ ଚରଣ ସାହୁ ଲିଜ୍‌ ନେଇଛନ୍ତି। ୫ ବର୍ଷ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷଠାରୁ ୨୦୨୦-୨୧ ପର୍ଯ୍ୟନ୍ତ ସେ ଲିଜ ନେଇଛନ୍ତି। ମସିନ ଦ୍ୱାରା ବାଲି ଲୋଡ୍‌ କରାନଯିବା ନିମନ୍ତେ ଏଗ୍ରିମେଣ୍ଟରେ ଉଲ୍ଲେଖ ଅଛି। ତଥାପି ମେସିନ ଦ୍ୱାରା ବେଆଇନ ବାଲି ଭାବେ ନିର୍ଦ୍ଧାରିତ ଏରିଆ ବାହାରୁ ବାଲି ଚାଲାଣ କରାଯାଉଥିବା ଗ୍ରାମବାସୀ କହିଛନ୍ତି। ବାଲି ଉଠାଣ ଯୋଗୁଁ ନଦୀର ଗତିପଥ ପରିବର୍ତ୍ତନ, ବୃକ୍ଷ ନଷ୍ଟ, ନଦୀ ଘାଟ ଗଭୀର ହେଉଥିବାରୁ ଗ୍ରାମଗୁଡ଼ିକର ପୋଖରୀ, ନଳକୂପ, ଜଳସ୍ରୋତ କମିଯାଉଥିବା, ବିନା ପଲ୍ଲୀସଭାରେ କାର୍ଯ୍ୟାଦେଶ ଦେବା ଆଦି ଅଭିଯୋଗ ଆଣି ଗ୍ରାମବାସୀ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଟ୍ରାକ୍ଟର ହାଇେଓ୍ଵ ଟ୍ରକ ଓ ଜେସିବି ମେସିନ ସମ୍ମୁଖରେ ଧାରଣାରେ ବସିଥିଲେ। ଏପଟେ ଲିଜ୍‌ଧାରୀଙ୍କ ଦାୟିତ୍ୱ ତୁଲାଉଥିବା ବ୍ୟକ୍ତି ପୂର୍ବରୁ ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା ଅସଦାଚାରଣ କେଶ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଝୁମ୍ପୁରା ତହସିଲଦାର ଜନକ ନାଏକ, ବାଲିବନ୍ଧ ଆର୍‌ଆଇ ହୃଦାନନ୍ଦ ସାହୁ, ବାଲିବନ୍ଧ ବନବିଭାଗ ଓ ଝୁମ୍ପୁରା ପୁଲିସ୍‌ ପହଞ୍ଚି ଅନୁଧ୍ୟାନ କରିଥିଲେ।
ଏହି ବାଲିଘାଟ ବନ୍ଦ କରିବା ନିମନ୍ତେ ପୂର୍ବରୁ ଗ୍ରାବାସୀଙ୍କ ଆବେଦନ ଗ୍ରୀନ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି। ତଥାପି ବାଲି ଉଠା ଚାଲିଛି। ଶହ ଶହ ଟ୍ରିପ ଅଧିକ ବାଲି ଚାଲାଣ ହେଉଛି। ଏନେଇ ଗ୍ରାମବାସୀ ଜିଲ୍ଲାପାଳ, ପ୍ରଦୂଷଣ ବିଭାଗ ଓ ତହସିଲଦାରଙ୍କୁ ଜଣାଇଥିଲେ। କିନ୍ତୁ ତହସିଲଦାର ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଘର ଜବରଦଖଲ କେଶ କରିବାକୁ ତାଗିଦ କରିବା ସହିତ ଉପସ୍ଥିତ ଆର୍‌ଆଇଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥିଲେ। ତେବେ ଅରଡ଼େଇ ନଦୀର ୧୨୦୯ ପ୍ଲଟ ଖାତା ନଂ ୧୧୧ , ୨.୭୫ ହେକ୍ଟର ଲିଜ ନିମନ୍ତେ ସୁପାରିସ ଥିବା ଝୁମ୍ପୁରା ତହସିଲଦାର କହିଛନ୍ତି। ଏନେଇ ତାଙ୍କୁ ପଚାରିବାରୁ ବାଲିଖନନ ଅନିୟମିତତା ହୋଇଥିବା ଓ ଆସନ୍ତାକାଲି ସୀମା ଚିହ୍ନଟ କରି ରୟାଲ୍‌ଟି ସହିତ ଫାଇନ୍‌ କରାଯିବ ଏବଂ ଝୁମ୍ପୁରା ପୁଲିସ୍‌ ସମ୍ମୁଖରେ ମେସିନ୍‌ ଜବତ କରିଥିବା କହିଛନ୍ତି। ଏନେଇ ବନବିଭାଗ ତଦନ୍ତ ଜାରି ରଖିଥିବା ବାଲିବନ୍ଧ ଫରେଷ୍ଟର ବିଦ୍ୟାଧର ସାହୁ କହିଛନ୍ତି। ବାଲି ଘାଟକୁ ସବୁଦିନ ବନ୍ଦ କରିବା ନିମନ୍ତେ ଓ୍ଵାର୍ଡ଼ ମେମ୍ବର ରମେଶ ମାଝୀ, ଦାଶରଥି ମହାନ୍ତ, ଦେବାନନ୍ଦ ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ, ଉମାକାନ୍ତ ମହାନ୍ତ, ଦୁର୍ଗାମାଝୀ, ଗୋଲାପ ମହାନ୍ତ, ଜୟନ୍ତୀ ମହାନ୍ତ, ସୁବାସ ମହାନ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର