ଯୋଡ଼ା: ଗରିବ, ଅସହାୟଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ମାତ୍ର ପ୍ରାଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଗ୍ରାମାଞ୍ଚଳର ଆଦିବାସୀ ଲୋକଙ୍କ ପାଖରେ ଏସବୁ ପହଞ୍ଚିପାରୁନି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯୋଡ଼ା ବ୍ଲକ ବିରିକଳା ପଞ୍ଚାୟତ ଲହଣ୍ତା ଗ୍ରାମର ବିଧବା ଶନିବାରୀ ମୁଣ୍ତାଙ୍କ କ୍ଷେତ୍ରରେ।
ସ୍ବାମୀ ଲଖନ ଓ ୭ଟି ପିଲାଛୁଆକୁ ନେଇ ହସଖୁସିର ଚାଲିଥିଲା ଶନିବାରୀଙ୍କ ସଂସାର। ୩ ବର୍ଷ ତଳେ ସ୍ବାମୀ ଲଖନଙ୍କ ମୃତ୍ୟ ପରେ ସତେ ଯେମିତି ତାଙ୍କ ପରିବାରକୁ ଶନିଦଶା ଘାରିଛି। ବାରମ୍ବାର ଆବେଦନ ସତ୍ତ୍ବେ ତାଙ୍କୁ ବିଧବା ଭତ୍ତା ମିଳୁନି। ଭଙ୍ଗା ଦଦରା ଘରେ ପିଲାଛୁଆଙ୍କୁ ନେଇ ରହୁଥିବା ଶନିବାରୀଙ୍କୁ ଏଯାଏଁ ବିଜୁ ପକ୍କାଘର କିମ୍ବା ଆବାସ ଘର ମିଳିନି। ଦିନ ମଜୁରିଆ ଭାବେ କାମଧନ୍ଦା କରି ପରିବାର ପ୍ରତିପଷୋଣ କରୁଛନ୍ତି ଶନିବାରୀ। ସ୍ଥାନୀୟ ସମାଜସେବୀ ସୁନିଆ ମୁଣ୍ତା କହିଛନ୍ତି, ଶନିବାରୀ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ବର୍ଷା ପବନରେ ତାଙ୍କ ଘର ଭାଙ୍ଗିଯାଇଛି । କ୍ଷତିପୂରଣ ପାଇଁ ବାରମ୍ବାର ଦାବି ସତ୍ତ୍ବେ ଏ ଯାଏଁ କୌଣସି ସରକାରୀ ସହାୟତା ମିଳିନି। ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଶନିବାରୀଙ୍କୁ ଶନିଦଶା
/sambad/media/post_attachments/wp-content/uploads/2018/12/keo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)