କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ର ଦେବତା ହେଉଛନ୍ତି ବଳଦେବ। ଏହି ବଳଦେବଙ୍କ ରଥ ଟଣା ପାଇଁ ଆବଶ୍ୟକ ହୁଏ ଶିଆଳି ଦଉଡ଼ି। ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଶିଆଳି ଦଉଡ଼ି ଖୁବ୍ ସ୍ବତନ୍ତ୍ର। ଗତ ଦୁଇ ବର୍ଷ ଧରି କରୋନା କଟକଣା କାରଣରୁ ରଥ ଯାତ୍ରା ହୋଇ ନ ଥିବା ବେଳେ ଆଦିବାସୀମାନଙ୍କ ଦ୍ବାରା ଏହି ଶିଆଳି ଦଉଡ଼ି ପ୍ରସ୍ତୁତ ହୋଇ ନଥିଲା। ମାତ୍ର ଚଳିତ ବର୍ଷ ରଥ କଟକଣା ନ ଥିବାରୁ ଅତି ଆଗ୍ରହର ସହିତ ଏହି ଶିଆଳି ଦଉଡ଼ି ପ୍ରସ୍ତୁତି କରିବାରେ ଆଦିବାସୀମାନେ ଲାଗିପଡିଛନ୍ତି। ଅକ୍ଷୟ ତୃତୀୟାରୁ ଜଙ୍ଗଲରୁ ଏହି ଶିଆ ଲତା କାଟି ଆଣିବା ପରେ ଏଥିରୁ ଛେଲି ବାହାର କରି ରଖିଥିଲେ। ଏବେ ଗତ ସ୍ନାନ ପୂର୍ଣ୍ଣିମା ପରଠାରୁ ଏହି ଶିଆଳି ଛେଲିରୁ ଦଉଡ଼ି ପ୍ରସ୍ତୁତ ହୋଇ ସାରିଲାଣି। ୧୦୮ ହାତ ଲମ୍ବ ଏବଂ ୨୦ ଆଙ୍ଗୁଠି ମୋଟେଇର ୫ଟି ଦଉଡ଼ି ଏଥର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥ ଟଣା କାମରେ ଲାଗିବ।
/sambad/media/post_attachments/wp-content/uploads/2022/06/b490c674-0ac6-4b3a-a35e-b98f9939bd4a.jpg)
କେହି କେହି କେହି କୁହନ୍ତି, ଭଗବାନ ଦ୍ବାପର ଯୁଗରେ ଶିଆଳି ଲତାରେ ଦୋଳି ଖେଳୁଥିଲେ। ଏହି ପ୍ରଭୁଙ୍କ ପ୍ରିୟ ଶିଆଳି ଲତାକୁ ଏବେ ପ୍ରଭୁଙ୍କ ରଥ ଟାଣି ନେବାରେ ଲାଗୁଛି। ତେବେ ଏହି ଶିଆଳି ଲତାରେ କେନ୍ଦୁଝରରେ ରଥ ଟଣା ଅନନ୍ୟ ଓ ସ୍ବତନ୍ତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/2dbd9f2f-e568-4fd8-a0c4-a1e1659031a3.jpg)