କରଦାଙ୍ଗି: ନଦୀ ଉପରେ ପୋଲ ନଥିବାରୁ ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ସାପଲାଞ୍ଜି ଗ୍ରାମବାସୀ ବର୍ଷସାରା ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରତିଦିନ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ହୁଲି ଡଙ୍ଗାରେ ନଦୀ ପାରି ହେଉଛନ୍ତି। ଆଜି ଜଣେ ନାବାଳକ ପୁଅ ଅସୁସ୍ଥ ମାଆକୁ ହୁଲି ଡଙ୍ଗାରେ ବସାଇ ନଦୀ ପାରି କରାଇ ଡାକ୍ତରଖାନାକୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସାପଲାଞ୍ଜି ଗ୍ରାମର ଚକ୍ରଧର ମହାକୁଡଙ୍କ ପତ୍ନୀ କଳାବତୀ ମହାକୁଡ ଆଜି ଅସୁସ୍ଥ ହୋଇପଡିିଥିଲେ। ବାପା ଘରେ ନଥିବାରୁ ପୁଅ କୀର୍ତ୍ତନ(୧୨) ଅସୁସ୍ଥ ମା’ଙ୍କୁ ଡାକ୍ତରଖାନାକୁ ଯିବାକୁ କହିଥିଲା। ନଦୀ ପାରିହେଲେ ଯାଇ ଡାକ୍ତରଖାନାରେ ପହଞ୍ଚି ହେବ। ବିକଳ୍ପ ରାସ୍ତା ନଥିବାରୁ କୀର୍ତ୍ତନ ନଦୀରେ ଡଙ୍ଗା ବାହି ଡାକ୍ତରଖାନା ନେବାକୁ ସାହସ କରିଥିଲେ। ଶେଷରେ ମା’ଙ୍କୁ ହୁଲି ଡଙ୍ଗାରେ ବସାଇ ସେ ଡଙ୍ଗାକୁ ବାହି ଆରପାରିକୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ।
ଦୁର୍ଗମ ଅଞ୍ଚଳର ବିକଳ ଚିତ୍ର:ଡଙ୍ଗାରେ ଅସୁସ୍ଥ ମା’କୁ ନେଲା ନାବାଳକ
/sambad/media/post_attachments/wp-content/uploads/2018/10/keo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)