ସାମାନ୍ୟ ବଚସାରୁ ବାପାର ଜୀବନ ନେଲା ମାତାଲ୍ ପୁଅ

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ଗାଁରେ ଦେଖିବାକୁ ମିିଳିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାରୁ ଉତ୍ୟକ୍ତ ପୁଅ ସୁମନ୍ତ ଦେହୁରୀ ଗତ ରାତିରେ ନିଜ ଜନ୍ମ କଲା ବାପା ବିଦେଶୀ ଦେହୁରୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି । ଏ ସଂପର୍କରେ ନୟାକୋଟ ପୁଲିସ ସୂଚନା ପାଇ ତୁରନ୍ତ ଗାଁରେ ପହଞ୍ଚି ପିତୃହନ୍ତା ପୁତ୍ରକୁ ଗିରଫ କରି ଥାନାକୁ ନେଇଛି। ସୂଚନା ମୁତାବକ ବାଂଶଫାଳ ବ୍ଲକ ଫୁଲଝର ପଞ୍ଚାୟତ ଅଞ୍ଚଳରେ ବିଗତ କିଛି ବର୍ଷ ମଧ୍ୟରେ ବାରମ୍ବାର ହତ୍ୟା ଘଟଣା ଘଟିଚାଲିଛି।

ସମ୍ବନ୍ଧିତ ଖବର