କେନ୍ଦୁଝର: ଘରୋଇ କଳିକୁ ନେଇ ମାଆକୁ ହତ୍ୟା କଲା ପୁଅ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତ ଅନ୍ତର୍ଗତ ବନବିହାରୀପୁର ଗ୍ରାମ ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ଝଗଡାରୁ ମା’କୁ ପିଟିପିଟି ପୁଅ ହତ୍ୟା କରିଛି । ଗତକାଲି ରାତି ୯ଟା ବେଳେ ଏହି ଘଟଣା ଘଟିଛି। ପୁଅର ନାମ ଡୁବୁରୁ ମୁଣ୍ଡା।  ପୁଅର ବୟସ ୩୦ ବର୍ଷ।

ଡୁବୁରୁ ମାଆଙ୍କ ଉପରେ ଅଭିଯୋଗ ଆଣିଥିଲା ଯେ ସେ ତାଙ୍କ ପିଲାଛୁଆଙ୍କୁ ଖାଇବାକୁ ଦେଉନାହାନ୍ତି ବୋଲି। କାହିଁକି ମୋ ଛୁଆପିଲାଙ୍କୁ ଖାଇବାକୁ ଦେଉନାହୁଁ ବୋଲି କହି ମା ତୁଲେଇ ମୁଣ୍ଡା(୬୬)ଙ୍କୁ ପିଟାମରା କରିଥିଲା ଡୁବୁରୁ। ହାତରେ, ଚପଲରେ ପିଟିବା ସହିତ ମୁଣ୍ଡ ବାଳ ଝାଙ୍କି ଅଗଣା ଚଟାଣରେ ବାରମ୍ବାର ବାଡ଼େଇ ଥିଲା ସେ।

ଫଳରେ ଗୁରୁତର ହୋଇ ଯାଇଥିଲେ ମାଆ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କୁ ମୃତାବସ୍ଥାରେ ଦେଖି ନିଜ ବାପାଙ୍କୁ କହିଥିଲେ ଡୁବୁରୁର ଝିଅ ଶ୍ରାବଣୀ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡୁବୁରୁଙ୍କୁ ଗିରଫ କରିବା ସହିତ ମୃତଦେହ ଜବତ କରିଛି।

ସମ୍ବନ୍ଧିତ ଖବର