କେନ୍ଦୁଝର: ବୈତରଣୀରେ ବୁଡ଼ି ଯୁବକ ନିଖୋଜ

କେନ୍ଦୁଝର: ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମ ନିକଟ ଦେଇ ଯାଇଥିବା ବୈତରଣୀ ନଦୀରେ ବୁଡ଼ି ଶୁକ୍ରବାର ଜଣେ ଯୁବକ ନିଖୋଜ ହୋଇଛନ୍ତି। ଚିତ୍ତରଞ୍ଜନ ଓଝା (୧୮) ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ତଳେ ପରଲୋକ ହୋଇଥିବା ଧ୍ରୁବଚରଣ ଓଝାଙ୍କ ପୁଅ ଚିତ୍ତରଞ୍ଜନ ଅପରାହ୍ନରେ ନଦୀକୁ ଗାଧୋଇବାକୁ ଯାଇଥିଲା। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହେଲା। ପରେ ସେମାନେ ନଦୀକୁ ଯାଇଥିଲେ। ଚିତ୍ତରଞ୍ଜନର କପଡ଼ାଗୁଡ଼ିକ ନଦୀ ବାହାରେ ପଡ଼ିଥିଲା।

ଏ ନେଇ ପରିବାର ଲୋକେ ହାଟଡିଡି ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ପରେ ଅଗ୍ନିସମ ବିଭାଗ ଦମକଳ ଗାଡ଼ି ନେଇ ବୈତରଣୀ ନଦୀକୁ ପହଞ୍ଚିଥିଲା। ଆଗ୍ନିକମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଚିତ୍ତରଞ୍ଜନକୁ ପାଇ ନାହାନ୍ତି। ଅଧିକ ତଥ୍ୟ ପାଇଁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର