ତେଲକୋଇ ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ଦୋବଲାପାଳ ପଞ୍ଚାୟତ ଲୋକନାଥପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

୧୯୭୨ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ବିଦ୍ୟାଳୟକୁ ବନ୍ଦ କରି ୩ କିମି ଦୂରରେ ଥିବା ଚନ୍ଦ୍ରଶେଖରପୁର ସ୍କୁଲ୍‌ରେ ମିଶ୍ରଣ କରାଯିବ ବୋଲି ଗ୍ରାମବାସୀ ଶୁଣିବାକୁ ପାଇଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଛାତ୍ରଛାତ୍ରୀଙ୍କୁ ନେଇ ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତୁରନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ସ୍କୁଲ୍‌ ପରିଚାଳନା କମିଟି ଅଧ୍ୟକ୍ଷ କୁଳମଣି କିଷାନ, ଚକ୍ରଧର କିଷାନ, ଗିରିଧାରୀ କିଷାନ, ଡାକ୍ତର କିଷାନ, ଶୈଳେନ୍ଦ୍ର କିଷାନ, ନିରଞ୍ଜନ କିଷାନ, ଜଳଧର କିଷାନ, ଲକ୍ଷ୍ମଣ କିଷାନ, ପୂର୍ଣ୍ଣ କିଷାନ, ସଂଯୁକ୍ତା କିଷାନ, ପ୍ରତିମା କିଷାନ, ମାମି କିଷାନ, ସୁକାନ୍ତି କିଷାନ, ସାବିତ୍ରୀ କିଷାନ, କୁନ୍ତଳା କିଷାନ, ଶାନ୍ତି କିଷାନ, କୁମୁଦ କିଷାନ ପ୍ରମୁଖ ଦାବି କରିଥିଲେ। ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ବିଇଓ କାଳନ୍ଦୀ ଚରଣ ଜେନାଙ୍କୁ ପଚାରିବାରୁ, ସରକାରଙ୍କ ପୂର୍ବ ନିର୍ଦେଶ ଅନୁଯାୟୀ ସ୍କୁଲ୍‌ ବନ୍ଦ ପାଇଁ ସ୍ଥିର ହୋଇଥିଲା ବ‌ୋଲି ଜଣାପଡ଼ିଛି। ବର୍ତ୍ତମାନ ନୂଆ ନି‌ର୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ। ସେ ନିଜେ ଯାଇ ସ୍କୁଲ୍‌ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର