ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଢେଙ୍କା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଜି ଧାରଣା ଦେଇଛନ୍ତି। ୧୧୪ବର୍ଷର ଏହି ପୁରାତନ ସ୍କୁଲଟିରେ ଢେଙ୍କା ଗ୍ରାମର ୧୦୪ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଠାରେ ୪ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ୩ଜଣ ଥିଲେ। ୪ମାସ ତଳେ ଜଣେ ଶିକ୍ଷୟିତ୍ରୀ ଛୁଟିରେ ଯିବା ପରେ ୨ଜଣ ଶିକ୍ଷକ ଅଛନ୍ତି। ଫଳରେ ଶିକ୍ଷାଦାନ ଭୁଶୁଡି ପଡିଛି। ଜଣ ଶିକ୍ଷକ ଅଫିସ, ମଧ୍ୟାହ୍ନଭୋଜନରେ ବ୍ୟସ୍ତ ରହୁଛନ୍ତି। ଅନ୍ୟଜଣେ ଶିକ୍ଷୟିତ୍ରୀ କେବଳ ଛୁଆମାନଙ୍କୁ ଜଗି ବସୁଛନ୍ତି। ଏନେଇ ସ୍କୁଲ କମିଟି ସଭାପତି ଅଜୟ କୁମାର ମାଝି ବାରମ୍ବାର ବିଇଓ ଏବଂ ଡିପିସିଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିଲାନି। ଶେଷରେ ଆଜି ସ୍କୁଲ କମିଟି ଚେୟାରମ୍ୟାନ ଅଜୟ ମାଝି, ବାବୁ ରାଉତ, ମନୋଜ ମହାନ୍ତି, କୈଳାଶ ପଟ୍ଟନାୟକ, ନିରଞ୍ଜନ ଦାସ, ଅଜୟ ପଢ଼ିଆରୀ, ଚିନୁ ସାହୁ, ସୋମନାଥ ପାଣିଗ୍ରାହୀ, ଦେବାଶିଷ ପଟ୍ଟନାୟକ, ମିଟୁ ପଟ୍ଟନାୟକ, ଅନୁରାଧା କର, ପ୍ରମିଳା ପଢ଼ିଆରୀଙ୍କ ସମେତ ୪୦ରୁ ଊର୍ଦ୍ଧ୍ବ ଅଭିଭାବକ ବିଦ୍ୟାଳୟରେ ତାଲା ପକାଇବା ସହିତ ଛାତ୍ରଛାତ୍ରୀଙ୍କୁ ଧରି ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଶିକ୍ଷକ ନିଯୁକ୍ତି ନହେଲା ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ ବୋଲି ମନୋଜ ମହାନ୍ତି, ପ୍ରମିଳା ପଢ଼ିଆରୀ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ବିଇଓ ତପୋଧନ ସ୍ୱାଇଁଙ୍କୁ ପଚାରିବାରେ ତାଙ୍କ ପାଖରେ କୌଣସି ଖବର ନାହିଁ, କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ପଦକ୍ଷେପ ନେବେ ବୋଲି କହିଛନ୍ତି।
ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଧାରଣା
/sambad/media/post_attachments/wp-content/uploads/2019/02/keo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)