ସୁନନ୍ଦାଙ୍କ ମୁସୁମୁସିଆ ମୁଢ଼ି ଭଜାକୁ ଆଉ ରୋକି ପାରୁନି ବିଜୁଳି କାଟ୍ ! ଏବେ ସେ ପୂରା ସ୍ବାବଲମ୍ବୀ, ଶକ୍ତିରେ ଓ ରୋଜଗାରରେ…
କେନ୍ଦୁଝର: ସୌରଶକ୍ତି ବଦଳାଇ ପାରିଛି ମୁଢି ବିକାଳିଙ୍କ ଭାଗ୍ୟ। ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ କ୍ଷତି ସହୁଥିବା ଏକ ପରିବାରକୁ ସୌରଚାଳିତ ବିଦ୍ୟୁତସେବା ଯୋଗାଇବା ପରେ ପିଲାଛୁଆଙ୍କୁ ପାଠ ପଢାଇ ଖୁସିରେ ଚାଳାଇ ପାରୁଛନ୍ତି ସୁନନ୍ଦା। ଏବେ ବିନା ବାଧାବିଘ୍ନରେ ମୁଢି ତିଆରି କରୁଛନ୍ତି, ଆଉ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଢି ବିକାଳିଙ୍କ ଭାଗ୍ୟ ବଦଳାଇ ଦେଇଛି ସୌରଶକ୍ତି । ହରିଚନ୍ଦନପୁର ବ୍ଲକ ଜଙ୍ଗିରାର ଗାଁର ସୁନନ୍ଦା ସାହୁ ମୁଢି ବ୍ୟବସାୟ କରି ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି । ହେଲେ ଏହି ମୁଢି ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଅନେକ ବାଧା ବିଘ୍ନ ସାମ୍ନା କରିଛନ୍ତି ସୁନନ୍ଦା । ମୁଢି ଭାଜିବା ସମୟରେ ବିଦ୍ୟୁତ କାଟ ସବୁଠାରୁ ବଡ ସମସ୍ୟା ହୋଇଥିଲା । ହେଲେ ଏହାକୁ ବି ଖୁବ୍ ସୁନ୍ଦର ଭାବେ ଦୂର କରି ନିଜ ବ୍ୟବସାୟକୁ ଆଗକୁ ବଢାଇଛନ୍ତି ସୁନନ୍ଦା । ବିଦ୍ୟୁତ ସମସ୍ୟା ଦୂର କରିବା ପାଇଁ ସୌରଶକ୍ତି ଚାଳିତ ବିଦ୍ୟୁତ ଉତ୍ସ ସ୍ଥାପନ କରିଛନ୍ତି । ଆଉ ଏବେ ବିନା ବାଧାରେ ମୁଢି ଉତ୍ପାଦନ କରି ବଜାରେ ବିକ୍ରି କରୁଛନ୍ତି ସୁନନ୍ଦା ।
ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ବାରମ୍ବାର ବିଦ୍ୟୁତ୍ କାଟ୍ ହୁଏ । ତେଣୁ ମୁଢି ଭାଟିରେ କାମ କରିବା ଅସମ୍ଭବ ହୋଇପଡେ । ଭାଟିରେ ଚାଉଳ ପଡି ଭଜା ହେଉଥିବା ବେଳେ ବିଦ୍ୟୁତ କାଟ୍ ହେଲେ ଚାଉଳ ନଷ୍ଟ ହୋଇଯାଏ । ତେଣୁ ସନନ୍ଦାଙ୍କୁ କ୍ଷତି ସହିବାକୁ ପଡୁଥିଲା । ଏହି ସମସ୍ୟାକୁ ଦୂର କରି ସୌରଚାଳିତ ଶକ୍ତି ଉତ୍ସର ସହାୟତା ନେବାକୁ ମନେମନେ ସ୍ଥିର କଲେ ସୁନନ୍ଦା । ଆଉ ତାଙ୍କୁ ଏ ଦିଗରେ ସହଯୋଗ କରିଛି କେନ୍ଦୁଝର ଏସ୍ଜି ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଂଗଠନ । ଏହି ସଂଗଠନ ଜରିଆରେ ବେଙ୍ଗୁଲୁରୁର ଏକ ସଂସ୍ଥା ସହାୟତାରେ ସୌରଶକ୍ତି ଚାଳିତ ବିଦ୍ୟୁତ ଉତ୍ସ ସ୍ଥାପନ କରିଛନ୍ତି ମୁଢି ବ୍ୟବସାୟୀ ସୁନନ୍ଦା । ଆଉ ଏବେ ବିନା ବାଧାରେ ମୁଢି ଉତ୍ପାଦନ କରି ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
ବିଦ୍ୟୁତ ସଂରକ୍ଷଣ ସାଙ୍ଗକୁ ଅନ୍ୟପଟେ ଘଟୁଥିବା କ୍ଷତିକୁ ଭରଣ କରିବା ଦିଗରେ ସୁନନ୍ଦ ଯଦିଓ ସକ୍ଷମ ହୋଇପାରିଛନ୍ତି ହରିଚନ୍ଦନପୁରର ସୁନନ୍ଦ । ସୁନନ୍ଦାଙ୍କ ଭଳି ଅନା କ୍ଷେତ୍ରରେ ମଧ୍ୟ ଶକ୍ତି ସଂରକ୍ଷଣ ସହ ପାରମ୍ପାରିକ ଶକ୍ତିକୁ ସଦୁପଯୋଗ କରାଯାଇ ପାରନ୍ତା ତେବେ ଉପୁଜୁଥିବା ଶକ୍ତି ସଙ୍କଟ ଦୁରିକରଣ ହୋଇପାରନ୍ତା ।