ବୋଲେରୋ-ବାଇକ୍‌ ଦୁର୍ଘଟଣା: ଝୁମ୍ପୁରା ଥାନା ଏଏସ୍‌ଆଇ ମୃତ

କେନ୍ଦୁଝର: ଶନିବାର ଦିନ ୨୦ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ବାଇପାସ ପାଖରେ ଗୋଟିଏ ବୋଲେରୋ ଓ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଜଣେ ଥାନା ଏଏସ୍‌ଆଇଙ୍କର ମୃତ୍ୟୁ ଘଟିଛି।

ମୃତ ଏଏସ୍‌ଆଇଙ୍କ ନାମ ମୋରିସ୍‌ କୁଜୁର୍‌। ସେ ବାଇକ୍‌ ଚଳାଇ ଥାନାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ୍‌ କରି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର