କେନ୍ଦୁଝର,(ସୁବ୍ରତ ସ୍ବାଇଁ/ସୁଧା˚ଶୁ ସାହୁ): ବିଗତ ୪ଟି ଯାକ ବିଧାନସଭା ନିର୍ବାଚନରେ ତେଲକୋଇକୁ ଅକ୍ତିଆର କରି ରଖିଛି ବିଜେଡି। ୨୦୧୪ ବିଧାନସଭାରେ ବିଜେଡିର ବେଦବ୍ୟାସ ନାଏକ ବିଜୟୀ ହୋଇ ହୋଇଥିବା ବେଳେ ଏବେ ତାଙ୍କୁ ବିଜେଡି ପ୍ରାର୍ଥୀ କରିବ କି ନାହିଁ େସ େନଇ ସ୍ପଷ୍ଟ ଚିତ୍ର ମିଳୁ ନାହିଁ। କ˚ଗ୍ରେସ ମଧୢ ଏଯାଏ ପ୍ରାର୍ଥୀ ସ୍ଥିର କରି ପାରିନାହିଁ। ବିଜେପିରେ ମଧୢ ଏକାଧିକ ଆଶାୟୀ। ଏଭଳି ସ୍ଥିତିରେ ପ୍ରଥମ ଥର ପାଇଁ ଜନ ସମୃଦ୍ଧି ପାର୍ଟି ଏଠାରେ ପ୍ରାର୍ଥୀ ଦେଇ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି।

Advertisment

କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ତଳୀରୁ ତେଲକୋଇ ଅନ୍ୟତମ। ସାଧାରଣତଃ ଏହା ବିଜେଡିର ଗଡ଼ ଭାବେ ପରିଚିତ। ଗତ ୪ଟି ନିର୍ବାଚନରେ ଏଠାରେ ବିଜେଡିର ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ କ˚ଗ୍ରେସ ରହି ଆସିଛି। ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ନୀଳାଦ୍ରି ନାଏକ ବିଜୟୀ ହୋଇଥିଲେ। ୨୦୦୯ରେ ନୀଳାଦ୍ରିଙ୍କ ଟିକଟ କାଟି ନୂଆମୁହଁ ଭାବେ ଇ˚. ପ୍ରେମାନନ୍ଦ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜୟୀ ହୋଇଥିଲେ। ଏହି ସମୟ ଭିତରେ ନୀଳାଦ୍ରିଙ୍କ ପରଲୋକ ଘଟିଥିଲା। ୨୦୧୪ ରେ କୌଣସି କାରଣରୁ ପ୍ରେମାନନ୍ଦଙ୍କ ଟିକଟ କଟିଗଲା ଏବଂ ଦିବଂଗତ ନୀଳାଦ୍ରି ନାଏକଙ୍କ ପୁଅ ବେଦବ୍ୟାସ ନାଏକଙ୍କୁ ବିଜେଡି ଭରସା କରିଥିଲା। ବେଦବ୍ୟାସ ମଧ୍ୟ ବିଜୟୀ ହୋଇ ବିଧାୟକ ହୋଇଛନ୍ତି। ପ୍ରାର୍ଥୀ ବଦଳର ପରୀକ୍ଷା ନିରୀକ୍ଷା ଏଠାରେ ବିଜେଡି ପାଇଁ କିଛି ଫରକ ପକାଇନାହିଁ।

ବର୍ତ୍ତମାନର ବିଧାୟକ ବେଦବ୍ୟାସଙ୍କ ସହିତ ଜିଲ୍ଲା ବିଜେଡି ନେତୃବର୍ଗ ତଥା ବିଜେଡିର ଶୀର୍ଷ ନେତା କୁହାଯାଉଥିବା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କର ସମୀକରଣ ଭଲ ନାହିଁ। ୨୦୧୪ ରେ କେନ୍ଦୁଝର ବିଜେଡିର ହେଭିୱେଟମାନେ ପ୍ରେମାନନ୍ଦଙ୍କୁ ଟିକେଟ ଦେବାକୁ ଯେ ଉଦ୍ୟମ କରି ନଥିଲେ, ତାହା ନୁହେଁ। କୌଣସି କାରଣରୁ ସେମାନଙ୍କ ରଣନୀତି ଫେଲ୍‌ ମାରିଥିଲା, ଯାହା ଏବେ ବି ଊହ୍ୟ ହୋଇ ରହିଛି। ଏହା ପରଠାରୁ ହିଁ ବିଜେଡିର ଜିଲ୍ଲା ନେତୃବର୍ଗଙ୍କ ସହିତ ତେଲକୋଇ ବିଧାୟକଙ୍କର ସମୀକରଣ ଓଲଟିଯାଇଥିଲା।

ଦୁଇ ବର୍ଷ ତଳେ ହରିଚନ୍ଦନପୁର ବ୍ଲକରେ ଏକ ଦଳୀୟ ବୈଠକରେ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଧାୟକ ବେଦବ୍ୟାସଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଥିଲା। ବିେଜଡି ଭିତର ଫାଟ ସ˚ପୂର୍ଣ୍ଣ ଜଳ ଜଳ ଦିଶିଥିଲା। ଏହି ଘଟଣା ପରଠାରୁ ବିଧାୟକଙ୍କ ସହିତ ବିଜେଡିର କ୍ଷମତା‌ଶାଳୀ ଗୋଷ୍ଠୀଙ୍କର ସ˚ପର୍କ ଛିଣ୍ତି ଯାଇଥିବା କାହାକୁ ଅଛପା ନୁହେଁ। ଏହାସତ୍ତ୍ବେ ଦ୍ବିତୀୟ ଥର ପାଇଁ ବେଦବ୍ୟାସ ନାଏକ ଟିକେଟ ପାଇବାକୁ ଆଶା ବାନ୍ଧିଛନ୍ତି। ତାଙ୍କ ବ୍ୟତୀତ ଶରତ ଚନ୍ଦ୍ର ନାଏକ, ଇ˚ ପ୍ରେମାନନ୍ଦ ନାଏକ, ନିର୍ମଳ ନାୟକ, ସତ୍ୟଭାମା ସି˚, ମହେନ୍ଦ୍ର କୁମାର ନାଏକ, ଇନ୍ଦ୍ରମଣି ଦେହୁରୀଙ୍କ ଭଳି ଅଧଡଜନେ ବିଜେଡି ନେତା ଟିକେଟ ଆଶାୟୀ ରହିଛନ୍ତି।

ଗତ ନିର୍ବାଚନରେ ତେଲକୋଇରେ କ˚ଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ପରାସ୍ତ ହୋଇଥିବା ଧନୁର୍ଜୟ ସିଦ୍ଧୁ ଗତ ବର୍ଷ ବିଜେପିରେ ସାମିଲ ହୋଇଛନ୍ତି। ନିର୍ବାଚନମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ହିଁ କହୁଛି ସେ ବିଜେପି ଟିକେଟ ଆଶାୟୀ। ସିଦ୍ଧୁଙ୍କ ସମେତ ପ୍ରଶାନ୍ତ ଦଳେଇ, ମାନସ କୁମାର ନାଏକ, ସବିତା ହାଇବ୍ରୁ, କୈଳାସ ଚନ୍ଦ୍ର ନାଏକ ପ୍ରମୁଖ ଟିକେଟ ପାଇଁ ଲବି ଚଳାଇଛନ୍ତି।

ଅପରପକ୍ଷେ ଧନୁର୍ଜୟ ସିଦ୍ଧୁ କେଂଗ୍ରସ ଛାଡ଼ିବା ପରେ ହାତ ଚିହ୍ନରେ ଲଢିବା ପାଇଁ ଭଲ ଚେହେରା ସନ୍ଧାନରେ ରହିଛନ୍ତି େନତୃତ୍ବ। ମୋହନ ହେମ୍ବ୍ରମ, ଖଗେଶ୍ବର ନାଏକ, ବୃନ୍ଦାବନ ନାଏକ ଏବେ ଆଶାୟୀ ଦୌଡ଼ରେ ରହିଛନ୍ତି। ଏସବୁ ଭିତରେ ଜନ ସମୃଦ୍ଧି ପାର୍ଟି ତେଲକୋଇ ବ୍ଲକରେ ନିଜର ସ˚ଗଠନ ବଢ଼ାଇ ସାରିଛି। ପଞ୍ଚାୟତ ସ୍ତରଠୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ଙ୍କ ଦ୍ବାରା ଗଠିତ (ପରବର୍ତ୍ତୀ ସମୟରେ ଇସ୍ତଫା ଦେଇଛନ୍ତି) ଜନସମୃଦ୍ଧି ପାର୍ଟିର ସ˚ଗଠନ ବେଶ୍‌ ବୃଦ୍ଧି ଘଟିଛି। ଏହାକୁ ପାଥେୟ କରି ଚଳିତ ନିର୍ବାଚନରେ ଜନ ସମୃଦ୍ଧି ପାର୍ଟି ବି ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ଏଥିପାଇଁ ଗଣେଶ୍ବର ଦେହୁରୀ, ମଣି ମୁଦି ପ୍ରମୁଖ ଆଶାୟୀ ଥିବା ସୂଚନା ମିଳିଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି   ବେଦବ୍ୟାସ ନାୟକ    ୬୬,୬୭୫
କଂଗ୍ରେସ  ଧନୁର୍ଜୟ ସିଦ୍ଧୁ          ୫୨,୭୨୧
ବିଜେପି   କୈଳାଶ ଚନ୍ଦ୍ର ନାୟକ  ୨୧,୦୧୮