ତିନି ଭାଲୁ ମଧ୍ୟରେ ଲଢ଼େଇ, ଖସିପଡି ଗୋଟିଏ ମଲା

କେନ୍ଦୁଝର: ତିନୋଟି ଭାଲୁଙ୍କ ମଧ୍ୟରେ କଳି ହେଲା। ଏହି କାମୁଡ଼ାକାମୁଡ଼ି, ରାମ୍ପୁଡ଼ାରାମ୍ପୁଡ଼ି ଭିତରେ ଗୋଟିଏ ଭାଲୁ ୫୦ ଫୁଟ ଉଚ୍ଚରୁ ହୁଡ଼ିତଳକୁ ଖସି ପଡ଼ିଲା। ହୁଡି ତଳକୁ ଖସିବା ବେଳେ ତଳେ ଥିବା ପଥରରେ ମାଡ଼ ହୋଇ ଅତ୍ୟନ୍ତ ଗୁରତର ହୋଇଥିଲା। କିଛି ସମୟ ପରେ ଭାଲୁଟିର ମୃତ୍ୟୁ ହୋଇଯାଇଥିଲା।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ ନିକଟରେ ଆଜି ଏହି ଘଟଣା ଘଟିଛି। ନିକଟରେ ଥିବା ପାହାଡ଼ ଉପରେ ଆଜି ସକାଳେ ତିନୋଟି ଭାଲୁଙ୍କ ମଧ୍ୟୀ ଦୀର୍ଘ ସମୟ ଧରି କାମୁଡ଼ାକାମୁଡ଼ି ଚାଲିଥିଲା। ରାମ୍ପୁଡ଼ିରାମ୍ପୁଡ଼ି ମଧ୍ୟରେ ଭାଲୁଙ୍କ ଗର୍ଜନତର୍ଜନରେ ହୁଡ଼ିଟି କମ୍ପିଥିଲା। ସ୍ଥାନୀୟ ଲୋକେ ଏହା ଶୁଣିଥିଲେ ବି କ’ଣ ହେଉଛି ତାହା ଜାଣିପାରିନଥିଲେ। ଏମିତି କିଛି ସମୟ ଲଢ଼େଇ ଚାଲିବା ପରେ ସେଥିମଧ୍ୟରୁ ଗୋଟିଏ ଭାଲୁ ୫୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲା। ତଳକୁ ଖସିପଡ଼ିବା ବେଳେ ବିକଟ ଗର୍ଜନ ଶୁଣି ଗ୍ରାମବାସୀ ହୁଡ଼ି ନିକଟକୁ ଧରଇଁଥିଲେ। ସେତେବେଳେ ଭାଲୁଟି ମୁମୂର୍ଷୁ ଅବସ୍ଥାରେ ଥିଲା। ଅନ୍ୟ ଦୁଇଟି ଭାଲୁ ଚାଲିଯାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଭାଲୁର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର