କେନ୍ଦୁଝର/ଘଟଗାଁ: ଭିନ୍ନ ଭିନ୍ନ ଦୁଇଟି ଦୁର୍ଘଟଣାରେ ଆଜି ତିନି ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ମଧ୍ୟାହ୍ନ ୧୨ଟା ବେଳେ କେନ୍ଦୁଝର ସହରର ଜେଲ୍ ଛକ ନିକଟରେ ଏକ ଟ୍ରକ ପଛ ପଟେ ଏକ ମୋଟର ସାଇକେଲ ଧକ୍କା ହେବାରୁ ଦୁଇଜଣ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ରାଉରକେଲା ସେକ୍ଟର ୨୨ରେ ରହୁଥିବା ଦୁଷ୍ମନ୍ତ ବେହେରା(୩୦) ଓ ରଘୁନାଥପାଲିର ସତ୍ୟାନନ୍ଦ ନାଏକ (୨୪)। ଆହତମାନଙ୍କୁ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁକ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ପଣ୍ଡାପଡ଼ାଠାରେ ଜଣେ ଗୁରୁତର ହୋଇଛନ୍ତି। ଆଜି ସନ୍ଧ୍ୟା ୬ଟା ବେଳେ ନୂଆଗାଁର ଶ୍ରୀକାନ୍ତ କିଷାନ(୧୬)ଜଙ୍ଘିରା କଲେଜରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଏକ କୁଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ ସହିତ ଧକ୍କା ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସେଠାରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପଣ୍ଡପଡ଼ା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ଦୁଇଟି ଦୁର୍ଘଟଣା: ୩ ଗୁରୁତର
/sambad/media/post_attachments/wp-content/uploads/2018/07/keo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)