କେନ୍ଦୁଝର: ପଣ୍ଡାପଡା ଥାନା ନୁଦୁରୁପଡା ଛକରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ତିନିଟା ବେଳେ ଏକ ପୁଲିସ ଭ୍ୟାନ ଧକ୍କାରେ ୩ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ପୁରୀ ରଥଯାତ୍ରାରୁ ଡ୍ୟୁଟି ସାରି ପୁଲିସ କର୍ମଚାରୀମାନେ ଆଜି ଏକ ଭ୍ୟାନରେ ଫେରୁଥିଲେ। ନୁଦୁରପଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହିତ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ଥିବା ବସନ୍ତପୁର ଡିହସାହିର ଅରୁଣ ପାତ୍ର (୨୦), ବିଜାଡିହା ସାହିର ନରହରି ମହାକୁଡ (୧୯) ଓ ବାରିଆ ଥାନା ଅସନପାଟ ଗ୍ରାମର ଗୁଗୁଲ ନାଏକ (୨୦) ଛିଟିକି ପଡିଥିଲେ। ଗୁରୁତରମାନଙ୍କୁ ପୁଲିସ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ଖବର ପାଇ ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ର ଏବଂ ଅନ୍ୟ କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ସମସ୍ତ ଆହତମାନଙ୍କୁ ରକ୍ତ ଦେବା ଠାରୁ ଆରମ୍ଭ କରି ଔଷଧ ଯାଗାଇ ଦେଇଥିଲେ। ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କର ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ଅନ୍ୟ ଜଣଙ୍କର ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ମଧ୍ୟ ଭଲ ନଥିବା ଡାକ୍ତର କହିଛନ୍ତି।
ପୁଲିସ ଭ୍ୟାନ ଧକ୍କାରେ ତିନି ଗୁରୁତର
/sambad/media/post_attachments/wp-content/uploads/2018/07/keo-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)