ଆନନ୍ଦପୁର: ଆନନ୍ଦପୁର ବ୍ଲକ୍ ମନୋହରପୁର ପଞ୍ଚାୟତ ସୁନାମୁନି ଜଙ୍ଗଲ ବିଚ୍ରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ବୈତରଣୀ ନଦୀକୂଳରେ ଜଙ୍ଗଲ ଓ ପାହାଡ଼ ଘେରା ସ୍ଥାନରେ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଥିଲା। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏହି ସ୍ଥାନର ଉନ୍ନତୀକରଣ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ପରାମର୍ଶକ୍ରମେ ଆନନ୍ଦପୁର ବ୍ଲକ୍ ପକ୍ଷରୁ ସ୍ବତନ୍ତ୍ର ଯୋଜନାରେ ରାସ୍ତା ନିର୍ମାଣ କରାଯାଇଛି।
/sambad/media/post_attachments/wp-content/uploads/2024/01/5fe5c88e-0c29-444b-b7a4-46404e45d6da.jpeg)
ପୂର୍ବରୁ ଏହି ସ୍ଥାନକୁ ସବୁଦିନିଆ ରାସ୍ତା ନଥିବାରୁ ଚାରିଚକିଆ ଗାଡ଼ି ଯିବା ସମ୍ଭବ ହେଉନଥିଲା। ପଥୁରିଆ ରାସ୍ତାରେ ଲୋକେ କେବଳ ଚାଲିଚାଲି ନଚେତ ଦୁଇଚକିଆ ଗାଡ଼ିରେ ଯାଉଥିଲେ। ପର୍ଯ୍ୟଟକମାନେ ଦୁଇକିମି ଦୂରରେ ଗାଡ଼ି ରଖି ଚାଲିଚାଲି ଏହି ସ୍ଥାନକୁ ଯାଉଥିଲେ। ଆନନ୍ଦପୁର ବ୍ଲକ୍ ଅଧ୍ୟକ୍ଷା ଅଞ୍ଜନା ବାରିକ, ବିଡିଓ ଯୋଗରଂଜନ ନାୟକଙ୍କ ଉଦ୍ୟମରେ ସୁନାମୁନି ଜଙ୍ଗଲ ବିଚ୍ ପର୍ଯ୍ୟନ୍ତ ମାଟିରାସ୍ତା ନିର୍ମାଣ କରାଯାଇଛି। ରାସ୍ତା ନିର୍ମାଣ ହେବା ପରେ ଏହି ସ୍ଥାନରେ ଏବେ କେନ୍ଦୁଝର, ମୟୂରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି। ପର୍ଯ୍ୟଟକମାନେ ବଣଭୋଜି କରିବା ସହ ବୈତରଣୀରେ ଗାଧୋଉଛନ୍ତି। ଏହି ସ୍ଥାନର ପାରିପାର୍ଶିକ ବିକାଶ କରାଗଲେ ଏହା ରାଜ୍ୟର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ହୋଇପାରିବ ବୋଲି ଏଠାକୁ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସିଥିବା ଅଳତିର ସୌମେନ୍ଦ୍ର ମହାରଣା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/35ce2432-45f2-4d98-8a76-6dfc5c3214e9.jpeg)