କେନ୍ଦୁଝର: ଜଙ୍ଗଲରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ବାଂଶପାଳ ବ୍ଲକ ବାରାହଗଡ଼ ପଂଚାୟତ ଅନ୍ତର୍ଗତ ହାତୀଶିଳା ଗାଁ ନିକଟ ଜଙ୍ଗଲରୁ ବୁଧବାର ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ଲୋକେ ଆଜି ମୃତଦେହ ୨ଟି ଜଙ୍ଗଲରେ ପଡ଼ିଥିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୂର୍ବାହ୍ନ ୧୧ଟା ସମୟରେ ପୁଲିସ ମୃତଦେହ ଜବତ କରାଯାଇଛି।

ଅଭିଯୋଗ ଅନୁସାରେ ଭୂୟାସାହି ଗ୍ରାମର ପିଅନ ସାନଙ୍ଗିଙ୍କ ପୁଅ ଲୁଲୁ ପାଖାପାଖି ୨୦ ଦିନ ହେବ ମୁଣ୍ଡୁଳା ଗ୍ରାମର ଯୁବତୀ ସେପିରି ସାନଙ୍ଗିଙ୍କ ସହିତ ଫେରାର ହୋଇ ଯାଇଥିଲା। ଏହି ୨ ଜଣ ଯୁବକ-ଯୁବତୀଙ୍କର ବହୁ ଦିନ ପୂର୍ବରୁ ପ୍ରେମ ସଂପର୍କ ଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା। ଉଭୟ ଗତ ୩ ତାରିଖରେ ପରିବାର ଲୋକଙ୍କୁ ଭେଟିବା ପାଇଁ ଆସିଥିଲେ ଓ ପରେ ପୁଣି କୁଆଡେ ଚାଲି ଯାଇଥିଲେ, ତାହା ଜଣାପଡ଼ି ନଥିଲା। ପରିବାର ଲୋକେ ବହୁ ଖୋଜଖୋଜି କରିଥିଲେ ମଧ୍ୟ ପାଇ ନଥିବା ବେଳେ ଆଜି ଜଙ୍ଗଲରୁ ୨ ଜଣଙ୍କର ମୃତଦେହ ଠାବ ହୋଇଥିଲା। ମୃତଦେହ ଜବତ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର