ଆନନ୍ଦପୁର : ଆନନ୍ଦପୁର-ଠାକୁରମୁଣ୍ତା ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଏକ ଗହମ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଦିନ ୧୧ଟା ବେଳେ ଏକ ଟ୍ରକ୍ (ସିଜି-୦୪-ଜେସି-୯୧୯୪) ଗହମ ବୋଝେଇ କରି ଛତିଶଗଡ଼ରୁ ଭୁବନେଶ୍ବର ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍ ଡ୍ରାଇଭର ଓ ହେଲପର୍ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନା ପଠାଇଥିଲେ। ମହୁଲଡିହା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।
ଗହମ ବୋଝେଇ ଟ୍ରକ୍ ଓଲଟିଲା
/sambad/media/post_attachments/wp-content/uploads/2020/11/WhatsApp-Image-2020-11-25-at-21.16.51.jpeg)