ରାସ୍ତାରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ୍ : ବ୍ୟାଟେରିରୁ ସଟ ସର୍କିଟ୍ ହୋଇ ନିଆଁ ଲାଗିଥିବା ସନ୍ଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଜଳି ଯାଇଥିବା ଜଣାପଡିଛି । ରାଜରାସ୍ତାରେ ଟ୍ରକଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖାଯାଇଛି । ତେବେ ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଡ୍ରାଇଭର ଓ ହେଲପର । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଝଡବେଳଦା ନିକଟରେ ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ ବ୍ୟାଟେରିରୁ ସଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିବା ଜଣାପଡିଛି ।

ଅନ୍ୟପଟେ ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ଜୀବନ ବିକଳରେ ଗାଡିରୁ ତୁରନ୍ତ ଓହ୍ଲାଇ ପଡିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୁଚନା ମିଳିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

ତେବେ ସିମେଣ୍ଟ ବୋଝେଇ ଏହି ୧୦ ଚକିଆ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି । ଯାହାଫଳରେ ଟ୍ରକରେଥିବା ସମସ୍ତ ସିମେଣ୍ଟ ନଷ୍ଟ ହୋଇଯିବା ସହ ଟ୍ରକଟି ପୂରା ପୋଡିଯାଇଛି ।

ସମ୍ବନ୍ଧିତ ଖବର