ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌, ୨ ମୃତ

ହାଟଡ଼ିହି: ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରେ ଏକ ବାଇକ୍‌ ଉପରେ ଏକ ଦଶଚକିଆ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ରାନ୍ଦିଆର ପପୁ ଯେନା ଓ ବନ୍ତ ଥାନା ଶାଳକଣିଆଁ ଭୁବନେଶ୍ୱରପୁର ଗ୍ରାମର ଦୁର୍ଯ୍ୟୋଧନ ଯେନା ଏକ ବାଇକ୍‌ ଯୋଗେ ଏକ ବାହାଘର ଭୋଜିଖାଇ ମୁଗୁପୁର ଗ୍ରାମରୁ ଫେରୁଥିବା ବେଳେ ଭଦ୍ରକ ପଟୁ ଆସୁଥିବା ଏକ ଦଶଚକିଆ ଟ୍ରକ୍‌ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇଛି। ଦୁର୍ଘଟଣା ପରେ ଶହଶହ ଲୋକ ଜମା ହୋଇଥିବାବେଳେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିବାରୁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି। ରାସ୍ତା କଡରେ ଥିବା ବାଉଁଶଗଛ ରାସ୍ତା ଉପରକୁ ପବନ ଦ୍ଵାରା ନଇଁ ପଡିବା ଓ ରାସ୍ତା ପାର୍ଶ୍ୱରେ ମାଟି ଜମା ହୋଇ ରହିବା ଦ୍ଵାରା ଏପରି ଦୁର୍ଘଟଣା ଘଟିଲା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର