ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ

ହାଟଡିହି: ନନ୍ଦିପଦା ଥାନା ଅଧୀନ ଶାଳଣିଆଁ ପଞ୍ଚାୟତର ସୋଲପଟା ଗ୍ରାମରେ ବାଡ଼ ଉପଡ଼ାକୁ ନେଇ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ନନ୍ଦିପଦା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ସୁଶାନ୍ତ କୁମାର ଜେନା ଓ କୈଳାଶ ଜେନା।
ଖବର ଅନୁସାରେ ଧରଣୀ ଜେନାଙ୍କ ବାଡ଼କୁ ସେହି ଗ୍ରାମର ସୁବାସ ଜେନା, କୈଳାଶ ଜେନା ଉପାଡି ଦେଇଥିଲେ। ଏହାକୁନେଇ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହେବାରୁ ସୁବାସ, କୈଳାଶ, ସୁଶାନ୍ତ, ଅଭିମନ୍ୟୁ ଜେନା, ଚିନ୍ମୟ ଜେନା, ହେମନ୍ତ ଜେନା, ନିରାକାର ଜେନା ମାରଣାସ୍ତ୍ରରେ ଧରଣୀଙ୍କୁ ଆକ୍ରମଣ କରିଥିଲେ। ଏନେଇ ଧରଣୀ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏନେଇ ନନ୍ଦିପଦା ଥାନାରେ କେସ ନଂ ୨୦/୧୯ ରୁଜୁ କରି ୯ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ। ଗତକାଲି ସୁଶାନ୍ତ ଓ କୈଳାଶଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିବା ଥାନା ଏସ୍‌ଆଇ ଅରୁପ କୁମାର ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର