ଆନନ୍ଦପୁର: ୨୦ନମ୍ବର ଜାତୀୟ ରାଜପଥ ଧକୋଠା ନିକଟରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେ‌ଲେ ଘସିପୁରା ଥାନା ମାର୍ଶାପାଳ ଗ୍ରାମର ନାରାୟଣ ଟୁଡୁ(୧୮) ଓ ଭଞ୍ଜ କିସ୍କୁ(୨୪)। ଆହତ ଅଜୟ ଟୁଡୁ(୧୮)ଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡଡାକ୍ତରଖାନାକୁ ପଠାଇ ଦିଆଯାଇଛି।

Advertisment

ସୂଚନା ଅନୁସାରେ ମାର୍ଶାପାଳର ଗ୍ରାମର ତିନିଜଣ ଏକ ବାଇକରେ ଘରକୁ ଫେରୁଥିବାବେଳେ ଧକୋଠା ଟେଲିଫୋନ୍ ଏକ୍ସେଚେଞ୍ଜ ନିକଟରେ ତାଙ୍କୁ ଟ୍ରକ ଧକ୍କା ଦେଇଥିଲା। ନାରାୟଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଭଞ୍ଜଙ୍କର ଆନନ୍ଦପୁର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଘଟଣାସ୍ଥଳରୁ ଦ୍ରୁତଗତିରେ ପଳାଇଯାଇଛି। ଦୁର୍ଘଟଣାପରେ ଘଟଣାସ୍ଥଳରେ କିଛି ସମୟପାଇଁ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଘସିପୁରା ପୁଲିସ୍ ପହଞ୍ଚିବାପରେ ପରିସ୍ଥିତି ସ୍ବାଭାବିକ୍ ହୋଇଥିଲା।