କେନ୍ଦୁଝର: ଏସଟିଏଫ୍ ହାତରେ ଧରାପଡ଼ିଲେ ଦଲାଲ, ୨ ହାତୀ ଦାନ୍ତ ଓ ବାଘ ଛାଲ ଜବତ

କେନ୍ଦୁଝର: କ୍ରାଇମବ୍ରାଂଚ ସ୍ପେସାଲ୍ ଟାସ୍କଫୋର୍ସ (ଏସଟିଏଫ୍) ହାତରେ ଧରାପଡିଛନ୍ତି ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରୁଥିବା ଦଲାଲ । କେନ୍ଦୁଝର ଆରଟିଓ ଅଫିସ ନିକଟରେ ହାତୀ ଦାନ୍ତ ଓ ବାଘ ଛାଲ ବିକ୍ରି କରିବାକୁ ଦଲାଲ କରୁଥିଲେ ମୂଲଚାଲ । ଏତିକି ବେଳେ ଗ୍ରାହକ ବେଶରେ ପହଁଚିଥିଲା କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ । ପୂରା ମୂଲଚାଲ କରିବା ପରେ କ୍ରାଇମବ୍ରାଂଚ ଏସଟିଏଫ୍ ୨ଟି ହାତୀ ଦାନ୍ତ ଓ ବାଘ ଛାଲ ଜବତ କରିଥିଲା । ଏହି ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରୁଥିବା ୩ ଦଲାଲଙ୍କୁ ଗିରଫ କରିଛି ଏସଟିଏଫ୍ ।

ଏହା ପଛରେ କୌଣସି ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି । କୋର୍ଟ ଚାଲାଣ କରିବା ପରେ ଦଲାଲଙ୍କୁ ରିମାଣ୍ଡରେ ଆଣି ବନ୍ୟଜନ୍ତୁ ଅଙ୍ଗପ୍ରତ୍ୟଙ୍ଗ ଚାଲାଣ ପଛରେ ଥିବା ରାକେଟ୍ ସମ୍ପର୍କରେ ଅଧିକ ଖୋଳତାଡ କରିବ କ୍ରାଇମବ୍ରାଂଚ ଏସଟିଏଫ୍ । ଜବତ ହୋଇଥିବା ବାଘ ଛାଲ ଓ ହାତୀ ଦାନ୍ତକୁ ଅଧିକ ତଦନ୍ତ ପାଇଁ ପ୍ରଥମେ ଲାବରେଟୋରିକୁ ପରୀକ୍ଷା ପାଇଁ ପଠାଯିବ। । କେଉଁଠାରୁ ଏହି ବନ୍ୟଜନ୍ତୁ ସାମଗ୍ରୀ ଆସିଲା ସେ ନେଇ ତଥ୍ୟ ବାହାର କରିବାକୁ ଦଲାଲଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ଦେଇଛି ଏସଟିଏଫ୍ ।

ସମ୍ବନ୍ଧିତ ଖବର