ବାଂଶପାଳ: ଶୌଚ ପାଇଁ ଯାଇଥିବା ବେଳେ ଟେକି କଚାଡ଼ି ଦେଲା ଦନ୍ତାହାତୀ, ୨ ଗୁରୁତର

ବାଂଶପାଳ:  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଜମ୍ୱିରିପଶି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଦନ୍ତାହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କୁଶକଳା, ଜମ୍ୱିରିପଶି, କଲଣ୍ଡା ଆଦି ଅଚଂଳରେ କିଛି ଦିନ ହେବ ଗୋଠଛଡା ଦନ୍ତା ଆତଙ୍କ ଖେଳାଇ ଚାଲିଥିବା ବେଳେ ଆଜି ସକାଳେ ଗ୍ରାମର ଚନ୍ଦ୍ରମଣି ବାରିକ ଓ ହାରମଣି ମହାକୁଡଙ୍କୁ ଆକ୍ରମଣ କରିିଛି। ସେମାନେ ସକାଳୁ ସକାଳୁ ଶୌଚ କରିବା ପାଇଁ ନାଳ ପାଖକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।

ଦନ୍ତାହାତୀଟି ପ୍ରଥମେ ଚନ୍ଦ୍ରମଣି ବାରିକଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା ପରେ ହାରମଣିଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ଗାଁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ବନବିଭାଗ ଟିମ୍‌  ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି। ଗୋଠଛଡା ଦନ୍ତା ଆତଙ୍କରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେବେ ବନବିଭାଗ ଖୁବ ଶୀଘ୍ର ହାତୀକୁ ଘୋଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର