କେନ୍ଦୁଝରରେ ମହିଳାଙ୍କ ଉନ୍ମତ୍ତ କାଣ୍ଡ: ୪ ମାସର ନିଜ ଶିଶୁ କନ୍ୟା ସମେତ ଜଣେ ମହିଳା ପଡିଲେ ବଳି

କେନ୍ଦୁଝର: ପାରିଆ ଥାନା ଅନ୍ତର୍ଗତ ବୈକୁଣ୍ଠପୁର ଗାଁରେ ଜଣେ ମହିଳା ରବିବାର ଲୋମହର୍ଷଣ କାଣ୍ଡ କରିଛି। ମିଳିଥିବା ସୂଚନା ଅନୁସାରେ ଖୁବ ଅଳ୍ପ ସମୟ ମଧ୍ୟରେ ସେ ୨ ଜଣଙ୍କୁ ହତ୍ୟା କରିଛି। ପଡୋଶୀ ଘରର ଜଣେ ମହିଳାଙ୍କୁ ପାଣିରେ ବୁଡାଇ ମାରିବା ପରେ ନିଜର ୪ ମାସର ଶିଶୁକନ୍ୟାକୁ ନୃଶଂସ ଭାବରେ ପିଟିପିଟି ମାରିଛି। ୨ ଜଣଙ୍କୁ ହତ୍ୟା କରିଥିବା ମହିଳାଙ୍କ ମାନସିକ ବିକୃତି ଥିବା ସନ୍ଦେହ କରାଯାଇଛି। ପୁଲିସ ଅଭିଯୁକ୍ତ ମହିଳାକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର