କେନ୍ଦୁଝର: ଭାରସାମ୍ୟ ହରାଇ ଅତନ ଗଛରେ ବାଡେଇଲେ ବାଇକ୍‌, ଚାଲିଗଲା ୨ ଯୁବକଙ୍କ ଜୀବନ, ଜଣକୁ ହସ୍ପିଟାଲରେ ଭର୍ତ୍ତି

ହରିଚନ୍ଦନପୁର: ଉତ୍ସାହର ସହିତ ଘରକୁ ଫେରୁଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କର ଜୀବନ ଚାଲିଯାଇଛି। ରେବଣା ପଳାଶପାଳ ଠାରୁ ନିଜ ଗାଁ ସୁନାପେଣ୍ଠ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ ଚାଳକ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନା ଅନ୍ତର୍ଗତ ସୁନାପେଣ୍ଠ ନିକଟରେ ଆଜି ଅହରାହ୍ନରେ ଏହି ଘଟଣା ଦେଖିବାକୁ ମିଳିଛି। ସୁନାପେଣ୍ଠ ଗାଁର ବିଜୟ ନାଏକ, ଆକାଶ ନାଏକ ଓ ବିଶ୍ୱାମିତ୍ର ନାଏକ ଘରକୁ ଫେରୁଥିଲେ। ଘରେ ପହଞ୍ଚିବାର ଅଳ୍ପ ସମୟ ପୂର୍ବରୁ ସେମାନେ ରାସ୍ତା କଡ଼ରେ ଥିବା ଗଛକୁ ଶକ୍ତ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଆକାଶ ଓ ବିଶ୍ୱାମିତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବିଜୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ନାହିଁ।

ସମ୍ବନ୍ଧିତ ଖବର