ଦୁଇ ଚୋରା ମୋରମ ବୋଝେଇ ହାଇୱା ଜବତ

ହାଟଡ଼ିହି: ହାଟଡ଼ିହି ତହସିଲର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚୋରା ମୋରମ କାରବାର ହେଉଛି। ମୋରମ ମାଫିଆମାନେ ବିଳମ୍ବିତ ରାତିରେ ଓ ଛୁଟିଦିନ ମାନଙ୍କରେ ମେସିନି ଲଗାଇ ଶହ ଶହ ଟ୍ରିପ ମୋରମ ଚୋରା ଚାଲାଣ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ନନ୍ଦିପଦା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବେତିରା ନିକଟରୁ ଦୁଇ ମୋରମ ବୋଝେଇ ହାଇୱା ଜବତ କରିଛି। (ଓଡି-୦୪ଇ-୦୯୩୭) ଓ (ଓଡି-୦୪ଏଚ-୦୯୩୭) ନମ୍ବର ବିଶିଷ୍ଟ ଦୁଇ ହାଇୱାରେ ଚୋରା ମୋରମ ଚାଲାଣ ହେଉଥିବା ବେଳେ ପୁଲିସ ଉଭୟ ଗାଡ଼ିକୁ ଅଟକାଇଥିଲା। ହ୍ରାଇଭର ମୋରମ ଚାଲାଣର କୌଣସି କାଗଜପତ୍ର ଦେଖାଇ ନପାରିବାର ପୁଲିସ ହାଇୱା ଦୁଇଟିକୁ ଜବତ କରି ଥାନାକୁ ଆଣିଛି। ଏନେଇ ତହସିଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର