ଫରେଷ୍ଟର୍‌ଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ : ୬୦ ଲକ୍ଷରୁ ଅଧିକ ମୂଲ୍ୟର ସ˚ପତ୍ତି ଠାବ

କେନ୍ଦୁଝର/ପାଟଣା : ଆୟ ବହିର୍ଭୂତ ସ˚ପତ୍ତି ଠୁଳ ଅଭିଯୋଗରେ ପାଟଣା ରେଞ୍ଜ୍‌ ଫରେଷ୍ଟର ଶଶିଭୂଷଣ ବାରିକଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏକସ˚ଗରେ ଭିଜିଲାନ୍ସ ଖୋଳପାସ୍ଥିତ ତାଙ୍କର ପୈତୃକ ବାସଭବନ ଓ କାଶୀପୁରରେ ଥିବା ଦୁଇ ମହଲାବିଶିଷ୍ଟ ବାସଭବନରେ ଚଢ଼ଉ କରିଥିଲେ। ତାଙ୍କର ୬୦ ଲକ୍ଷ ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସ˚ପତ୍ତି ରହିଥିବା ଭିଜିଲାନ୍ସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ବାରିକ ଓ ତାଙ୍କ ସ˚ପର୍କୀୟଙ୍କ ନାମରେ ବ୍ୟାଙ୍କ ଏବ˚ ପୋଷ୍ଟାଲରେ ୨୦ ଲକ୍ଷ ଟଙ୍କା ଜମା ରହିଛି। ସେହିପରି ୫ ଲକ୍ଷ ଟଙ୍କାର ବୀମା, କାଶୀପୁର ଦୁଇତଳ ବିଶିଷ୍ଟ ଗୃହର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା, ମାରୁତି ସେଲେରିଓ କାର, ସୁନା ଗହଣା, ଲକ୍ଷାଧିକ ଟଙ୍କାର ଆସବାବ ଓ ଜିନିଷପତ୍ର ତଥା ଅନ୍ୟାନ୍ୟ ବହୁ ମୂଲ୍ୟବାନ ଉପକରଣକୁ ମିଶାଇ ୬୦ ଲକ୍ଷ ଟଙ୍କାରୁ ଅଧିକ ସ˚ପତ୍ତି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର