ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଠାକୁରପଡ଼ା ପଞ୍ଚାୟତ ଦେଉଳହୁଡ଼ି ଗ୍ରାମ ଟାଙ୍ଗରଦୁମା ସାହିରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ପାଣିପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଏହି ସାହିରେ ୬୩ଟି ପରିବାର ବାସ କରୁଛନ୍ତି। ସାହିରେ ଥିବା ବିଦ୍ୟାଳୟ ପରିସରରେ ଏକ ନଳକୂପ ରହିଛି। ଭୂତଳ ଜଳସ୍ତର କମି ଯାଇଥିବାରୁ ନଳକୂପରୁ କମ ପାଣି ବାହାରୁଛି। ସାହିବାସୀ ଏକ ପରିତ୍ୟକ୍ତ ପଥର କୂଅରୁ ପାଣି ସଂଗ୍ରହ କରୁଛନ୍ତି। ପଞ୍ଚାୟତ ପକ୍ଷରୁ ସାହିକୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହେଉଛି।
ସାହିକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ସହ ଏକ ନଳକୂପ ଖନନ କରିବାକୁ ରଜନୀ ମୁଣ୍ଡା, ସାବିତ୍ରୀ ମୁଣ୍ଡା, ବୁଦ୍ଧୁନି ମୁଣ୍ଡା, ସେବତୀ ମୁଣ୍ଡା, ଜେମାମଣି ମୁଣ୍ଡା, ସଂଯୁକ୍ତା ମୁଣ୍ଡା, ପାର୍ବତୀ ମୁଣ୍ଡା, ସୁନାମଣି ମୁଣ୍ଡା ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/94007ff8-e671-41e7-b95b-41bfd785179a.jpg)