ପଦ୍ମପୁର: କେନ୍ଦୁଝର ସଦର ବ୍ଲକ୍ ରଘୁନାଥପୁର ପଞ୍ଚାୟତ ଡୁମୁରିଆ ଗ୍ରାମର ଆଟୋପୁର ସାହିବାସୀ ଜଳକଷ୍ଟ ଭୋଗୁଛନ୍ତି। ସାହିରେ ୭୦ଟି ପରିବାର ବାସ କରୁଛନ୍ତି। ଲୋକଙ୍କୁ ପାନୀୟଜଳ ଯୋଗାଇବା ପାଇଁ ଏଠାରେ ଗୋଟିଏ ମାତ୍ର ନଳକୂପ ରହିଛି। ଭୂତଳ ଜଳସ୍ତର ହ୍ରାସ ପାଇଥିବାରୁ ନଳକୂପରୁ ଠିକ୍ ଭାବେ ପାଣି ବାହାରୁ ନାହିଁ। ବାଲଟିଏ ପାଣି ପାଇଁ ଲୋକେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ସେହିପରି ଡୁମୁରିଆ ଗ୍ରାମରେ ଥିବା ଗଭୀର ନଳକୂପରୁ ସାହିକୁ ଜଳ ଯୋଗାଣ ପାଇଁ ପାଇପ୍ ବିଛାଯାଇଛି। ହେଲେ ପାଇପ୍ରେ ପାଣି ଆସୁନଥିବା ସାହିବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ସାହିରେ ଥିବା ନଳକୂପରୁ ଲୋକେ ପାଣି ଆଣୁଛନ୍ତି। ତୁରନ୍ତ ସାହିରେ ଲାଗି ରହିଥିବା ଜଳ ସମସ୍ୟାର ପ୍ରତିକାର କରିବାକୁ ରମ୍ଭା ମହାକୁଡ଼, ଆଶାମଣି ମହାକୁଡ଼, ମନ୍ଦୋଦରୀ ମହାକୁଡ଼, ପାର୍ବତୀ ମହାକୁଡ଼, ରମଣି ବେହେରା, ସୁଲୋଚନା ମହାକୁଡ଼, ଜାନକୀ ମହାକୁଡ଼, ଲକ୍ଷ୍ମୀ ମହାକୁଡ଼, ବାଞ୍ଛାନିଧି ମହାରଣା, ପାଟ ମହାରଣା, ରେବତୀ ମହାକୁଡ଼, ସସ୍ମିତା ମହାକୁଡ଼ ପ୍ରମୁଖ ଦାବି କରିଛନ୍ତି।
ଜଳକଷ୍ଟ ଭୋଗୁଛନ୍ତି ଆଟୋପୁରବାସୀ; ପାନୀୟଜଳ ପାଇଁ ଅଛି ଗୋଟାଏ ନଳକୂପ
/sambad/media/post_attachments/wp-content/uploads/2024/05/49b27998-8fa7-4194-9e87-265ab8e2e011-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)