ହରିଚନ୍ଦନପୁର: ହରିଚନ୍ଦନପୁର ଥାନା ଝାଡ଼ପୋଖରୀ ଗ୍ରାମ ନିକଟ ଦଣ୍ଡାହୁଡ଼ି ଜଙ୍ଗଲରେ ମହିଳାଙ୍କୁ ହତ୍ୟା କରି ଟାଙ୍ଗିଦେବା ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିଛି। ଗତ ୧୭ ତାରିଖ ଦିନ ମଙ୍ଗୁଳି ବେହେରା (୨୩)ଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀ ସୁରେନ୍ଦ୍ରନାଥ ବେହେରା (୩୦)କୁ ପୁଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଛି।
ସୁରେନ୍ଦ୍ରର ଘର ଘଟଗାଁ ଥାନା କଟରାବେଡ଼ା ଗ୍ରାମର ଦହିବାହାଳି ସାହିରେ। ସେ ୫ ବର୍ଷ ପୂର୍ବେ ଝାଡ଼ପୋଖରୀ ଗ୍ରାମର ପୀତାମ୍ବର ବେହେରାଙ୍କ ସାନଝିଅ ମଙ୍ଗୁଳିଙ୍କୁ ବିବାହ କରିଥିଲା। ବିବାହର କିଛି ମାସ ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ମଙ୍ଗୁଳି ଝାଡ଼ପୋଖରୀ ଗ୍ରାମକୁ ଫେରିଯାଇଥିଲେ। ଭରଣପୋଷଣ ପାଇବା ପାଇଁ ମଙ୍ଗୁଳି କୋର୍ଟରେ କେସ୍ କରିଥିଲେ। କୋର୍ଟରେ ମାମଲା ଚାଲିଥିଲାବେଳେ କୋର୍ଟ ତାରିଖ ଦିନ ମଙ୍ଗୁଳି ହାଜର ହେଉନଥିଲେ। ଏହାକୁ ନେଇ ସୁରେନ୍ଦ୍ର ଅସନ୍ତୁଷ୍ଟ ଥିଲା। ଅପରପକ୍ଷେ ସୁରେନ୍ଦ୍ର ଅନ୍ୟ ଜଣେ ଝିଅକୁ ବିବାହ କରିଛି। ମଙ୍ଗୁଳି କୋର୍ଟକୁ ନଯାଇ ହଇରାଣ କରୁଥିବାରୁ ତାଙ୍କୁ ରାସ୍ତାର ସଫା କରିଦେବାକୁ ଯୋଜନା କରିଥିଲା। ଗତ ୧୫ ତାରିଖ ଦିନ ସୁରେନ୍ଦ୍ର ମଙ୍ଗୁଳି ସହିତ ଫୋନ୍ରେ କଥାବାର୍ତ୍ତା ହୋଇ ତାଙ୍କୁ ଭରଣପୋଷଣ ଦେବା ପାଇଁ ରାଜି ହୋଇଥିଲା। ପୁଣି ୧୬ ତାରିଖ ଅପରାହ୍ଣରେ ସୁରେନ୍ଦ୍ର ମଙ୍ଗୁଳି ସହିତ କଥାବାର୍ତ୍ତା ହୋଇ ଏକ ପଲସର ଗାଡ଼ିରେ ତାଙ୍କୁ ନେଇ ଗାଁ ମୁଣ୍ଡରେ ଛାଡ଼ିଥିଲା। ସେହିଦିନ ରାତିରେ ସୁରେନ୍ଦ୍ର ପୁଣି ମଙ୍ଗୁଳିଙ୍କୁ ଡାକି ଗାଁ ପାଖ କାଜୁ ବଗିଚାକୁ ନେଇଥିଲା। ସେଠାରେ ମଙ୍ଗୁଳିଙ୍କୁ ହତ୍ୟା କରି ପିନ୍ଧା ଶାଢ଼ିରେ ବେକକୁ ବାନ୍ଧି କାଜୁ ଗଛରେ ଝୁଲାଇ ଦେଇଥିବା ନେଇ ସୁରେନ୍ଦ୍ର ପୁଲିସ ଆଗରେ ସ୍ବୀକାର କରିଛି। ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାସ କେସ୍ ନମ୍ବର ୫୨/୨୦୧୯, ଦଫା ୩୦୨/୩୪ ଆଇପିସିରେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।
ମହିଳାଙ୍କୁ ହତ୍ୟା କରି ଟାଙ୍ଗିଦେବା ଘଟଣା:ଅଭିଯୁକ୍ତ ସ୍ବାମୀ ଗିରଫ
/sambad/media/post_attachments/wp-content/uploads/2019/05/keon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)