ମଦ ଜବତ, ୫ ଗିରଫ

ଯୋଡା: ଯୋଡା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ମହୁଲି ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କ୍ୟାମ୍ପ ହଟିଂର ବିରଞ୍ଚି ଦାସ, ଯୋଡା ବସ୍ତିର କ୍ରିଷ୍ଣା ଲୋହାର, କମାରଯୋଡା ଗ୍ରାମର ସନ୍ତୋଷ ନାଗ, ଜୁରୁଡି ଗ୍ରାମର ସନାତନ ପେଣ୍ଠେଇ ଓ ଲକ୍ଷ୍ମୀ ତାମଡିଆ। ବିରଞ୍ଚିଙ୍କଠାରୁ ଏକ ବାଇକ୍‌ ଓ ୪୦ ଲିଟର ମହୁଲି ମଦ, କ୍ରିଷ୍ଣାଙ୍କଠାରୁ ୧୧ ଲିଟର ମହୁଲି ମଦ, ସନ୍ତୋଷଙ୍କଠାରୁ ୫ ଲିଟର ମହୁଲି ମଦ, ସନାତନଙ୍କ ଠାରୁ ୫ ଲିଟର ମହୁଲି ମଦ ଏବଂ ଲକ୍ଷ୍ମୀଙ୍କଠାରୁ ୭ ଲିଟର ମହୁଲି ମଦ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର