କେନ୍ଦୁଝର: ସଦର ଥାନା ପରଜନପୁର ପଞ୍ଚାୟତର ଦେଉଳଡିହା ଗ୍ରାମରେ ଆଜି ଗୁଣିଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳାଙ୍କ ନାମ ଲକ୍ଷ୍ମୀପ୍ରିୟା ମହାନ୍ତ। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଦେଉଳଡିହା ଗ୍ରାମର ଜଣେ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଲାଗି ରହୁଥିଲା। ତାଙ୍କ ଅସୁସ୍ଥତା ପାଇଁ ଗ୍ରାମର ଖଗେଶ୍ୱର ମହାନ୍ତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାନ୍ତ(୩୦)ଙ୍କ ଗୁଣିଗାରେଡି ଦାୟୀ ବୋଲି ସେ ସନ୍ଦେହ କରୁଥିଲେ। ଆଜି ମଧ୍ୟାହ୍ଣରେ ଲକ୍ଷ୍ମୀପ୍ରିୟା ଧାନଖଳାରେ ଥିବା ବେଳେ ସଂପୃକ୍ତ ବ୍ୟକ୍ତି ଜଣକ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ଲକ୍ଷ୍ମୀପ୍ରିୟାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଖଗେଶ୍ୱରଙ୍କ ସୂଚନା ଅନୁସାରେ, ଗୁଣି ଗାରେଡି ସନ୍ଦେହରେ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ତେବେ ସେ ଡାକ୍ତରଖାନା କାମରେ ବ୍ୟସ୍ତଥିବାରୁ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ କରି ପାରିନାହାନ୍ତି ବୋଲି କହିଛନ୍ତି।
ଗୁଣି ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2017/12/keo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)