ବଡବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲସ୍ଥିତ ଓଏମ୍‌ସି ଗେଷ୍ଟହାଉସ୍‌ ନିକଟରେ ଥିବା ଘର ଭିତରୁ ଶନିବାର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ମହିଳାଙ୍କ ଗଳା, ଗାଲ ଓ ଓଠ କଟାଯାଇଛି।

Advertisment

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ମହିଳାଙ୍କ ପରିଚୟ ମିଳି ନଥିବା ବେଳେ, ଘଟଣାସ୍ଥଳକୁ ମହିଳା କେମିତି ଆସିଥିଲା ଓ କେଉଁ ପରିପ୍ରେକ୍ଷୀରେ ତାଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିଛନ୍ତି, ଘଟଣାର ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେ କିଛି କହିପାରୁ ନାହିଁ। ଚେତା ଫେରିଲେ କିଛି ତଥ୍ୟ ମିଳିପାରେ ବୋଲି ପୁଲିସ ଆଶା କରୁଛି।