କରଦାଙ୍ଗି : ହାତୀ ଓ ବାରହା ଦାଉରୁ ଫସଲ ରକ୍ଷା ପାଇଁ ଧାନ ଜମିରେ ମଞ୍ଚା ବାନ୍ଧି ଶୋଇଥିବା ବେଳେ ନିଆଁ ଲାଗି ମୁଖିଆଣୀ ନାୟକ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଗାଁ କମଳାବଣି ସାହିରେ ।
ସୂଚନା ମୂତାବକ ଗତକାଲି ରାତିରେ ମୁଖିଆଣୀ ଓ ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ନାୟକ ବନ୍ୟଜନ୍ତୁଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ମଞ୍ଚାରେ ଶୋଇଥିଲେ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମଞ୍ଚା ତଳେ ନିଆଁ ଜଳାଇଥିଲେ। ବିଳମ୍ବିତ ରାତିରେ ଅଧିକ ଶୀତ ହେବାରୁ ମୁଖିଆଣୀ ତଳକୁ ନିଆଁ ପାଖରେ ଶୋଇବା ପାଇଁ ପଳାଇ ଆସିଥିଲେ। ଶୋଇ ଥିବାବେଳେ କୌଣସି କାରଣରୁ ତାଙ୍କ ଶାଢିରେ ନିଆଁ ଲାଗିଯାଇଥିଲା। ପାଟି ଶୁଣି କୃଷ୍ଣଚନ୍ଦ୍ର ତଳକୁ ଓହ୍ଲେଇ ଦେଖିଲା ବେଳକୁ ତାଙ୍କର ଶରୀର ଶତକଡା ୫୦ଭାଗ ପୋଡ଼ିଯାଇଛି। ପରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/paddy-field-1.jpg)