ବାଂଶପାଳ: କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କୁଶକଳା କିସାନସାହିରେ ଆଜି ଜଣେ ବିଧବା ମହିଳା ଜୀବନ ହାରିଛନ୍ତି। ସ୍ୱାମୀଙ୍କ ବିୟୋଗ ପରେ ସେ ଆର୍ଥିକ ଅନାଟନ ଓ ପାରିବାରିକ ଅଶାନ୍ତରୁ ଜୀବନ ହାରିଥିବା ଜଣାପଡ଼ିଛି। ମହିଳାଙ୍କର ମୃତ୍ୟୁ ପରେ ତାଙ୍କର ୨ ଶିଶୁ ବେସାହାରା ହୋଇପଡ଼ିଛନ୍ତି।
ସୂଚନା ଅନୁସାରେ କିସାନସାହିର ନିରଞ୍ଜନ ମୁଣ୍ଡାଙ୍କ ୩ ବର୍ଷ ତଳେ ରୋଗରେ ମୃତ୍ୟୁବରଣ କରିଥିଲେ। ଘରେ ପତ୍ନୀ ପକି ମୁଣ୍ଡା(୩୨) ଓ ୧୬ ବର୍ଷର ଝିଅ ସହିତ ୧୨ ବର୍ଷର ପୁଅକୁ ନେଇ ଘରେ ରହୁଥିଲେ।
ତେବେ ସ୍ୱାମୀଙ୍କ ବିୟୋଗ ପରେ ପରିବାରରେ ଆର୍ଥିକ ଅନାଟନ ଲାଗି ରହିଥିଲା। ୧୬ ବର୍ଷର ଝିଅ କିଛି ଦିନ ହେବ ବାହାରକୁ କାମ କରିବାକୁ ଚାଲି ଯାଇଥିବା ବେଳେ ସପ୍ତମ ଶ୍ରେଣୀରେ ପଢୁଥିବା ପୁଅ ଗୁରୁ ମୁଣ୍ଡାଙ୍କ ସହିତ ପକୀ ଗତକାଲି ସନ୍ଧ୍ୟାରେ ଖାଇ ସାରି ଘରେ ଶୋଇଥିଲେ।
ତେବେ ସକାଳୁ ପୁଅ ଉଠି ଦେଖିବା ବେଳକୁ ମା’ ଘର ଉପରେ ଝୁଲୁଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଗୁରୁ ପଡୋଶୀଙ୍କୁ ମା ଶାଢ଼ି ଲଗାଇ ଝୁଲୁଥିବା ଜଣାଇବା ପରେ ପୁଲିସକୁ ଖବର ଦେଇଥିଲେ। ନୟାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2023/06/dead-fff.jpg)