ମହିଳାଙ୍କୁ ଦୁର୍ବ୍ୟବହାର

ଆନନ୍ଦପୁର: ଆନନ୍ଦପୁର ଥାନା ଦଧିବାମନପୁର ଗ୍ରାମରେ ମଦୁଆଙ୍କ ଉତ୍ପାତ ଚରମସୀମାରେ ପହଞ୍ଚିଛି। ମଦୁଆ ଓ ମଦ ବେପାରୀଙ୍କୁ ସାବାଡ଼ କରିବାକୁ ମହିଳାମାନେ ଅଣ୍ଟା ଭିଡ଼ିଥିବା ବେଳେ କିଛି ମଦ ବେପାରୀ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିଥିବା ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଗ୍ରାମରେ ଲକ୍ଷ୍ମୀବାଈ ନାରୀ ସଶକ୍ତିକରଣ ମହାସ˚ଘ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନ କରାଯାଇଥିଲା। ସଭା କରାଯାଇ ଜଣେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା। ସମ୍ପୃକ୍ତ ମହିଳା ଜଣକ ଏହାକୁ ମାନିବା ପରିବର୍ତ୍ତେ ସଂଘ କର୍ମକର୍ତ୍ତାଙ୍କୁ ଓଲଟା ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏପରିକି ମହିଳାଙ୍କ ସମ୍ପର୍କୀୟ ମହିଳା ସ˚ଘ କର୍ମକର୍ତ୍ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆଜି ଶତାଧିକ ମହିଳା ଆନନ୍ଦପୁର ଥାନାକୁ ଆସି ସ˚ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର