ଆନନ୍ଦପୁର : ଆନନ୍ଦପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଗତକାଲି ରାତିିରେ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ଇଜ୍ଜତ ବଞ୍ଚାଇବାକୁ ଯାଇ ମହିଳା ଜଣକ ଅଭିଯୁକ୍ତ କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏ ସଂପର୍କରେ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହିତ ସଂପୃକ୍ତ ମହିଳାଙ୍କୁ ଅଟକ ରଖିଛି। ଏଥିସହ ପୁଲିସ ଶବ ଜବତ କରି ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ରାତି ଗୋଟାଏବେଳେ ଏହି ଥାନା ଅଞ୍ଚଳର ଜଣେ ବିଧବାଙ୍କୁ ଗୟଳମୁଣ୍ଡା ପଞ୍ଚାୟତ ଧବଣିସାହିର ପାଣ୍ଡୁ ଟୁଡୁ(୫୫) ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ଏହାର ବିରୋଧ କରିଥିଲେ। ସେ କୌଶଳ କ୍ରମେ ଏକ ଗାମୁଛାରେ ପାଣ୍ଡୁଙ୍କ ତଣ୍ଟିକୁ ଚିପି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ମହିଳା ପ୍ରକାଶ କରିଛନ୍ତି ବୋଲି ପୁଲିସ କହିଛି। ଏହାପରେ ମହିଳା ଜଣକ ଗତକାଲି ରାତିରେ ମହୁଲଡିହା ଥାନାରେ ଆତ୍ମ ସମର୍ପଣ କରିଥିଲେ। ମହୁଲିଡିହା ପୁଲିସ୍‌ଠାରୁ ଖବର ପାଇ ଆନନ୍ଦପୁର ପୁଲିସ୍‌ ମହିଳାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।