ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ହାଟଡିହି: ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନନ୍ଦିପଦା ଥାନା ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆବୁଲୁପୁରା ଗ୍ରାମର ଜ୍ୟୋତିପ୍ରକାଶ ମଲ୍ଲିକ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ଜଣକ ଗର୍ଭବତୀ ହେବାରୁ କଥା ବାହାରେ ପ୍ରଘଟ ହୋଇଥିଲା। ଗାଁ’ ବୈଠକରେ ଏହାର କୌଣସି ସମାଧାନ ହୋଇ ନପାରିବାରୁ ପୀଡିତା ଯୁବତୀ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ନନ୍ଦିପଦା ଥାନା ଆଇଆଇସି ବିନିତା ମାଝି କେସ୍‌ ନଂବର ୪/୨୦୧୮ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର