ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରିପଦା ପଞ୍ଚାୟତ କେମ୍ପସଡା ଗ୍ରାମର ଚିଲିକାପୋଶିପଡାଠାରେ ନିର୍ମିତ ହେଉଥିବା ମେଗା ଜଳପ୍ରକଳ୍ପ ଓଭରହେଡ୍ ଟ୍ଯାଙ୍କ ଉପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଯୁବକ ପଶ୍ଚିମବଙ୍ଗ ଅଞ୍ଚଳର ପରାନ୍ ମୋଦୀ(୨୧)ବୋଲି ଜଣାପଡିଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଏନେଇ ଏକ (୧୦/୨୩)ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନାଯୋଗ୍ୟଯେ,ପରାନ୍ ସାଥୀମାନଙ୍କ ସହିତ ଏଲଏଣ୍ଡଟି କମ୍ପାନିର ନବନିର୍ମିତ ଟ୍ୟାଙ୍କରରେ ଦୁଇ ମାସ ହେବ ନିର୍ମାଣ କାର୍ଯ୍ୟ କରିଆସୁଥିଲେ। ତେବେ ଗତ ରାତିରେ ସମସ୍ତେ ସାଥୀ ହୋଇ ଖାଇପିଇ ଶୋଇଥିଲେ। ଆଜି ଟ୍ୟାଙ୍କର ଉପରୁ ତାଙ୍କର ଝୁଲନ୍ତା ମୃତଦେହ ପେୁଲିସ ଉଦ୍ଧାର କରିଛି।ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।