ଯୋଡ଼ା: ଯୋଡ଼ା ସହରର ଏକ ଗ୍ୟାରେଜରେ ଥିବା ବୋଲେରୋ ଭିତରୁ ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦାର ବିକି ହାଁସଦା (୨୮)। ସେ ଯୋଡ଼ାରେ ରହି ଜଣେ ବ୍ୟକ୍ତିଙ୍କ ବୋଲେରୋ ଗାଡ଼ି କଥା ବୁଝୁଥିଲେ।
ଗତକାଲି ସକାଳେ ବୋଲେରୋ ଭିତରେ ତାଙ୍କ ମୃତଦେହ ଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/joda.jpg)