ଯୋଡ଼ା: ଯୋଡ଼ା ସହରର ମହାବୀର ଛକ ନିକଟ ତିନି ମହଲା କୋଠା ଉପରୁ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରହ୍ମପୁରର ଏସ. ମଣିକାନ୍ଥ (୨୩)। ସେ ୬ ମାସ ହେବ ଯୋଡ଼ାରେ ରହି ଖଣିରେ ଜଣେ ଠିକାଦାରଙ୍କ ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।
ରାତିରେ ପ୍ରବଳ ଗରମ ହେବାରୁ ଛାତ ଉପରକୁ ଶୋଇବାପାଇଁ ଯାଇଥିଲେ। ସେଠାରେ ସେ ମୋବାଇଲ କଥା ହେବାବେଳେ ଅସାବଧାନତା ଯୋଗୁଁ ତଳକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dead-new-indian-express.jpg)