ଆନନ୍ଦପୁର: ମୁକୁଳା ଡ୍ରେନ ନେଲା ଜୀବନ। ଆନନ୍ଦପୁର ପୌରପାଳିକା ୭ନମ୍ବର ୱାର୍ଡରେ ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତିନି ଦିନ ପରେ ମୃତଦେହ ଭାସୁଥିବା ପରେ ଘଟଣା ଜଣା ପଡ଼ିଲା। ମୃତ ଯୁବକଙ୍କର ପରିଚୟ ମିଳିଛି। ସେ ହେଲେ ନିକଟସ୍ଥ ଗୌଡ଼ ସାହିର ମୂର୍ତ୍ତି ରାଓ (୪୦)। ତିନି ଦିନ ତଳେ ଭୋର ୩ଟା ସମୟରେ ଫୁଲ ତୋଳିବାକୁ ଯାଇ ଡ୍ରେନରେ ପଡ଼ିଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।
ମୁକୁଳା ଡ୍ରେନ୍ ନେଲା ଯୁବକଙ୍କ ଜୀବନ
/sambad/media/post_attachments/wp-content/uploads/2024/02/572847e8-764f-4017-8ff7-e6c4a0ff778c.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)