ଯୁବକଙ୍କୁ ପିଟିପିଟି ହତ୍ୟା

ପାଟଣା : ପାଟଣା ବ୍ଲକ ଅଙ୍ଗିକଳା ଗ୍ରାମରେ କୃଷ୍ଣଚନ୍ଦ୍ର ନାଏକ (୩୯) ନାମକ ଜଣେ ଯୁବକଙ୍କୁ ଗତକାଲି ରାତିରେ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ବାରିଆ ଥାନା ଛେଳିଆନାଳ ଗ୍ରାମର ନକୁଳ ନାଏକଙ୍କୁ ତୁରୁମୁଙ୍ଗା ପୁଲିସ ଗିରଫ କରି ପଚରାଉଚରା କରୁଛି।

ଛେଳିଆନାଳ ଗ୍ରାମର ନକୁଳ ନାଏକ ଓ ଶ୍ୟାମ ନାଏକ ଅଙ୍ଗିକଳା ଗ୍ରାମର ସହଦେବ ନାଏକଙ୍କ ଘରକୁ ଆସିଥିଲେ। ରାତି ଅଧିକ ହେବାରୁ ସେମାନେ ଘରକୁ ନଫେରି ସହଦେବଙ୍କ ଘରେ ରହିଯାଇଥିଲେ। ରାତିରେ ସମସ୍ତେ ମିଶି ମଦ ପିଉଥିବା ବେଳେ ପଡ଼ୋଶୀ ଯୁବକ କୃଷ୍ଣଚନ୍ଦ୍ର ନାଏକଙ୍କ ସହ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ନକୁଳ ଓ କୃଷ୍ଣଚନ୍ଦ୍ର ମଧ୍ୟରେ ଧସ୍ତାଧସ୍ତି ସାଙ୍ଗକୁ ମାର୍‌ପିଟ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ନକୁଳ ଏକ ଠେଙ୍ଗାରେ କୃଷ୍ଣଚନ୍ଦ୍ରଙ୍କୁ ନିସ୍ତୁକ ପିଟିଥିଲା। ଅନ୍ୟମାନେ ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ଡାକ୍ତରଖାନା ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ଥାନାକୁ ଖବର ଦେବାକୁ ଯାଇଥିବା ଶ୍ୟାମ ଓ ସହଦେବଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ପରେ ନକୁଳକୁ ତା ଘରୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର