ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେତଝରୀ ଗ୍ରାମ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ ବେତଝରୀ ଗ୍ରାମର ଫାଗୁ ମାଝୀ (୭୦) ବିଲରେ ହଳ ସାରି ପୋଖରୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇ ପାଣିରେ ରହିଯାଇଥିଲେ।

Advertisment

ପୋଖରୀରେ ଗାଧୋଉଥିବା ଅନ୍ୟ ଲୋକମାନେ ତାଙ୍କ ପରିବାର ତଥା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଆସି ଗଭୀର ପାଣିରେ ବୁଡ଼ି ଯାଇଥିବା ବୃଦ୍ଧଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେତେବେଳକୁ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଥିଲା।