ଖଡ଼ିଆଳ ଏନ୍‌ଏସି ସଟଡାଉନ୍‌

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ରେ ମଙ୍ଗଳବାର ୧୦ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଚିହ୍ନଟ ୧୦ଜଣ ମଧ୍ୟରୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓପିଡ଼ିରେ ଦୁଇଜଣ ପଜିଟିଭ ବହାରିଥିବା ବେଳେ ଖଡ଼ିଆଳ ବ୍ଲକ ସରଧାପୁର ଢ଼କସର ଗ୍ରାମର ୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଖଡ଼ିଆଳ ଓପିଡ଼ିରେ ବାହାରିଥିବା ମଣ୍ଡୋସିଲ ଗ୍ରାମର ଯୁବକ ଖଡ଼ିଆଳସ୍ଥିତ ମହେନ୍ଦ୍ର ସୋରୁମରେ କାମ କରନ୍ତି। ଆଜି ମଙ୍ଗଳବାର ଦିନ ୧୨ରୁ ଆସନ୍ତାକାଲି ପର୍ଯ୍ୟନ୍ତ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ସଟଡାଉନ ଘୋଷଣା କରାଯାଇଛି। ସେହିପରି ଆସନ୍ତା କାଲି ମୁକ୍ତାପୁର ୱାର୍ଡ ନମ୍ବର ୧କୁ ସଟଡାଉନ କରାଯିବ ବୋଲି ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ସାହୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର