କପା ମଞ୍ଜି ଭିତରେ ଚାଲିଥିଲା ଖଇର କାଠ ଚାଲାଣ

ଲାଠୋର ବନବିଭାଗ ତରଫରୁ ଚଢ଼ାଉବେଳେ ଜବତ ହେଲା ଲକ୍ଷାଧିକ ଟଙ୍କାର ଖଇର କାଠ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ରେଞ୍ଜ ଅଧୀନ ମହୁଲପାଟିଠାରେ କାଠ ମାଫିଆଙ୍କ ଉପରେ ଚଢାଉ କରି ବିପୁଳ ପରିମାଣର ଖଇର କାଠ ଜବତ କରିଥିବାବେଲେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି । ସୂଚନା ଅନୁସାରେ ମହୁଲପାଟି ଗ୍ରାମ ନିକଟରେ ଏକ ଅଠର ଚକିଆ ଟ୍ରକରେ ଅଭିନବ ଉପାୟରେ ବାହାରେ କପା ମଞ୍ଜି ଓ ଭିତରେ ବିପୁଳ ପରିମାଣର ବେଆଇନ ଖଇର କାଠ ଚୋରା ଚାଲାଣ ହେଉଥିଲା ।

ତେବେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଫରେଷ୍ଟର ସାଗରିକା ସେଠଙ୍କ ନେତୃତ୍ୱରେ ସଦଳବଳ ଚଢାଉ କରି କାଠ ଓ ଟ୍ରକ ସହ ଅଭିଯୁକ୍ତଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ବନବିଭାଗ ସୂଚନା ଦେଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ପାଂଚ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ କାଠ ଛତିଶଗଡ଼ର ରାୟପୁରକୁ ଚାଲାଣ ହେଉଥିବା ସୂଚନା ମିଳିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଥିବାବେଳେ ଅଭିଯୁକ୍ତ ଜଣକ ହେଲେ ମନ୍ଦୀପ ସିଂ ପାନୁ।

ସମ୍ବନ୍ଧିତ ଖବର